ବାଦଶାହ ଏବଂ ରଶ୍ମିକା ମନ୍ଦନାଙ୍କ ମ୍ୟୁଜିକ ଭିଡିଓ ହେଲା ରିଲିଜ୍‌, ଯୋଡିକୁ ଖୁବ୍‌ ପସନ୍ଦ କରୁଛନ୍ତି ଦର୍ଶକ

ଫେମସ୍‌ ରାପର ବାଦଶାହ ଏବଂ ସାଉଥ୍‌ ଫିଲ୍ମ ଆକ୍ଟ୍ରେସ୍‌ ରଶ୍ମିକା ମନ୍ଦନାଙ୍କ ମ୍ୟୁଜିକ ଭିଡିଓ ‘ଟପ୍‌ ଟକର’ ରିଲିଜ୍‌ ହୋଇସାରିଛି। ଏହି ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିରେ ପ୍ରଥମ ଥର ପାଇଁ ବାଦଶାହ ଏବଂ ରଶ୍ମିକା ମନ୍ଦନା ଏକା ସାଥିରେ ନଜର ଆସୁଛନ୍ତି। ୬ ଘଣ୍ଟା ପୂର୍ବରୁ ରିଲିଜ୍‌ ହୋଇଥିବା ଏହି ମ୍ୟୁଜିକ ଭିଡିଓ ୟୁଟ୍ୟୁବରେ ଖୁବ୍‌ ଟ୍ରେଣ୍ଡ କରୁଛି।

TOP TUCKERବାଦଶାହ ଏବଂ ରଶ୍ମିକା ମନ୍ଦନାଙ୍କ ମ୍ୟୁଜିକ ଭିଡିଓ ‘ଟପ୍‌ ଟକର’କୁ ଏବେ ସୁଦ୍ଧା ୨୧ ଲକ୍ଷ ୮୬ ହଜାର ରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏହି ମ୍ୟୁଜିକ ଭିଡିଓକୁ ୟଶରାଜ ଏବଂ ସାଗା ମ୍ୟୁଜିକ ବ୍ୟାନରରେ ବନାଯାଇଛି। ୟୁଟ୍ୟୁବରେ ବି ୟଶରାଜ ଫିଲ୍ମ ଚ୍ୟାନେଲରେ ଏହାକୁ ଅପଲୋଡ କରାଯାଇଛି। ଏହି ସଙ୍ଗରେ ବାଦଶାହ ଏବଂ ରଶ୍ମିକା ମନ୍ଦନା ବହୁତ ଅଲଗା ଅନ୍ଦାଜରେ ନଜର ଆସୁଛନ୍ତି।

RASHMIKAବାଦଶାହ ଏବଂ ରଶ୍ମିକା ମନ୍ଦନାଙ୍କ ଗୀତକୁ ଉଚାନା, ବାଦଶାହ, ଅମିତ, ଯୁବାନ ଶଙ୍କର ରାଜା ଏବଂ ଜୋନିତା ଗାନ୍ଧୀ ମିଶି ଏହାକୁ ବନାଇଛନ୍ତି। ଯୁବାନ ଶଙ୍କର ରାଜା ଏଥିରେ ମ୍ୟୁଜିକ ମଧ୍ୟ ଦେଇଛନ୍ତି। ବାଦଶାହ ଏବଂ ବିଗ୍ନେସ ଶିବାନ ଗୀତଟିର ବୋଲ୍‌ ଲେଖିଛନ୍ତି। ଅମରପ୍ରିତ ଛାବ୍ରା ଗୀତର ନିର୍ଦ୍ଦେଶନା ଦେଇଛନ୍ତି। ସୁମିତ ସିଂହ ଏହାର ପ୍ରଡ୍ୟୁସର ଅଛନ୍ତି। ସବୁଥର ଭଳି ବାଦଶାହଙ୍କ ଏହି ଗୀତ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଛି ଏବଂ କାଫି ପପୁଲାର ମଧ୍ୟ ହେଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.