ବିଶ୍ୱର ୧ ନମ୍ବର ଧନୀ ଜେଫ୍ ବେଜୋସ୍ଙ୍କ ପୂର୍ବ ସ୍ତ୍ରୀ ସ୍କୁଲ ଶିକ୍ଷକଙ୍କୁ କଲେ ବିବାହ, ଆମାଜନରୁ ପାଇଲେ ୩୮ ବିଲିୟନ ଡଲାରର ଶେୟାର
ବିଶ୍ୱର ସବୁଠାରୁ ଧନୀ ତଥା ଆମାଜନ ଫାଉଣ୍ଡର ଜେଫ୍ ବେଜୋସ୍ଙ୍କ ପୂର୍ବ ସ୍ତ୍ରୀ ମ୍ୟାକେଞ୍ଜି ସ୍କଟ୍ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ବେଜୋସ୍ଙ୍କଠୁ ଛାଡ଼ପତ୍ର ପରେ କ୍ଷତିପୂରଣ ବାବଦରେ ମ୍ୟାକେଞ୍ଜିଙ୍କୁ ୩୮ ବିଲିୟନ ଆମେରିକୀୟ ଡଲାରର ଶେୟାର ମିଳିଛି। ମ୍ୟାକେଞ୍ଜ ଜଣେ ଲେଖିକା ସାଙ୍ଗକୁ ସମାଜସେବିକା ମଧ୍ୟ। ସେ ଆମେରିକାର ସିଏଟଲରେ ରହୁଥିବା ବିଜ୍ଞାନ ଶିକ୍ଷକ ଡ୍ୟାନ ଜ୍ୟାଭେଟ୍ଙ୍କୁ ବିବାହ କରିଛନ୍ତି। ଡ୍ୟାନ ଯେଉଁ ସ୍କୁଲରେ ଶିକ୍ଷକ ଅଛନ୍ତି, ସେଠାରେ ମ୍ୟାକେଞ୍ଜଙ୍କ ପିଲା ପଢ଼ୁଥିଲେ। ତେବେ ଦୁଇଜଣଙ୍କର ପରୋପକାର କାର୍ଯ୍ୟ ପ୍ରତି ରୁଚ ରହିଛିି ଏବଂ ଦୁହେଁ ମିଶି ବଡ଼ ରକମର ଅର୍ଥରାଶି ଦାନ କରିବାକୁ ଇଚ୍ଛା ରଖିଛନ୍ତି।
ଗତବର୍ଷ ଜୁଲାଇରେ ସ୍କଟ୍ ୧୧୬ ସ୍ୱୟଂସେବକ ସଂସ୍ଥାକୁ ୧.୬୮ ବିଲିୟନ ଆମେରିକୀୟ ଡଲାର ଦାନ କରିଥିଲେ, ଯେପରି ଏହାଦ୍ୱାରା କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ମିଳିପାରିବ। ସ୍କଟ୍ ଆମେରିକାର ଦ୍ୱିତୀୟ ସବୁଠୁ ଅଧିକ ଅର୍ଥରାଶି ଦାନ କରୁଥିବା ବ୍ୟକ୍ତି। ପ୍ରଥମ ସ୍ଥାନରେ ତାଙ୍କ ପୂର୍ବ ସ୍ୱାମୀ ଅଛନ୍ତି ଏବଂ ସେ ୧୦ ବିଲିୟନ ଡଲାରର ଡୋନେଶନରୁ ‘ବେଜୋସ୍ ମନି ଫଣ୍ଡ’ ବନାଇ ସାରିଛନ୍ତି। ସୂଚନାଥାଉ କି, ବିଶ୍ୱର ସବୁଠୁ ଧନୀ ଜେଫ୍ ବେଜୋସ୍ଙ୍କ ସମ୍ପତ୍ତି ମୂଲ୍ୟ ପାଖାପାଖି ୧୭୬.୬ ବିଲିୟନ ଆମେରିକୀୟ ଡଲାର।
ବେଜୋସ୍ଙ୍କଠାରୁ ଛାଡ଼ପତ୍ର
୨୦୧୯ରେ ଜେଫ୍ ବେଜୋସ୍ ଏବଂ ତାଙ୍କ ସ୍ତ୍ରୀ ମ୍ୟାକେଞ୍ଜଙ୍କ ମଧ୍ୟରେ ଛାଡ଼ପତ୍ର ପ୍ରକ୍ରିୟା ପୂରା ହୋଇଥିଲା। ଏହି ପ୍ରକ୍ରିୟା ପୂରା ହେବା ପରେ ମ୍ୟାକେଞ୍ଜ ବିଶ୍ୱର ଚତୁର୍ଥ ସବୁଠାରୁ ଧନୀ ମହିଳା ବନିଯାଇଥିଲେ। ମ୍ୟାକେଞ୍ଜଙ୍କୁ ଏହି ପ୍ରକ୍ରିୟା ପରେ ଆମାଜନର ୩୮ ବିଲିୟନ ଡଲାରର ଶେୟାର ମିଳିଥିଲା। ଏହା ଦୁନିଆର ସବୁଠାରୁ ବଡ଼ ଛାଡ଼ପତ୍ର ମାମଲା ଥିଲା। କହି ରଖୁଛୁ, ମ୍ୟାକେଞ୍ଜ ଓ ଜେଫ୍ଙ୍କ ବିବାହ ୧୯୯୩ରେ ହୋଇଥିଲା।