୪ ବର୍ଷର ନାତୁଣୀକୁ ଯୌନ ଶୋଷଣ ମାମଲାରେ ଜେଜେ, ଜେଜେମା’ଙ୍କୁ ୧୦ ବର୍ଷ ଜେଲ୍‌

ମହାରାଷ୍ଟ୍ରରେ ୪ ବର୍ଷର କୁନିଝିଅ ସହିତ ଯୌନ ଉତ୍ପୀଡ଼ନ ମାମଲାରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ୧୦ ବର୍ଷ ଜେଲ୍‌ ହୋଇଛି। ମାମଲା ୨୦୧୩ ମସିହାର। ପୋକ୍‌ସୋ କୋର୍ଟର ଜଜ୍‌ ରେଖା ଏନ୍‌ ପନ୍ଧାରେ ସମ୍ପୃକ୍ତ ଦୋଷୀ ପୀଡ଼ିତାଙ୍କ ଜେଜେ, ଜେଜେମା’ ବୟସର ବୋଲି କହିଛନ୍ତି।

ପୋଲିସକୁ ଦେଇଥିବା ବୟାନରେ ଝିଅଟି କହିଛି ଯେ ୨୦୧୩, ସେପ୍ଟେମ୍ବର ୪ରେ ସେ ସ୍କୁଲରୁ ଘରକୁ ଫେରି ଖାଦ୍ୟ ଖାଇଥିଲା ଏବଂ ଟିଭିରେ କାର୍ଟୁନ ଦେଖୁଥିଲା। ଦିନ ଦ୍ୱିପ୍ରହରରେ ଜଣେ ସାଙ୍ଗ ସହିତ ସେ ବିଲ୍ଡିଂର ୪ର୍ଥ ମହଲାକୁ ଯାଇଥିଲା। ଯେତେବେଳେ ତା’ ସାଙ୍ଗ ଶୋଇପଡ଼ିଲା, ତ ସେ ଘରକୁ ଆସିଥିଲା। କିନ୍ତୁ ଏତିକି ବେଳେ ବିଲ୍ଡିଂର ଜଣେ ବୃଦ୍ଧ ଦମ୍ପତି ତାକୁ ପାଖକୁ ଡାକିଥିଲେ।

ଝିଅଟିର କହିବା ହେଲା, ସେ ଯେତେବେଳେ ତାଙ୍କ ପାଖକୁ ଯାଇଥିଲା, ତ ଜେଜେ ତାକୁ ଉଠାଇ ନିଜ ଘର ଭିତରକୁ ନେଇଯାଇଥିଲେ। ଏହାପରେ ତାକୁ ଏକ ଝୁଲା ଉପରେ ବସାଇଥିଲେ। ସେ ନିଜକୁ ଛୁଇଁବାକୁ ଯେତେବେଳେ ଚେଷ୍ଟା କରିଥିଲା, ତ ତାକୁ ଚାପୁଡ଼ା ମରାଯାଇଥିଲା। ଅଭିଯୋଗ ଅନୁସାରେ, ମହିଳା ଜଣକ ଝିଅଟିକୁ ଜାବୁଡ଼ି ଧରିଥିବା ବେଳେ ପୁରୁଷ ଜଣକ ଯୌନ ଉତ୍ପୀଡ଼ନ କରିଥିଲେ। ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିବାରୁ ତା’ ମୁହଁ ଉପରେ ଥୁକି ଦେଇଥିଲେ। ଏଥିରେ ଝିଅଟି ପୂରାପୂରି ଡରିଯାଇଥିଲା ଏବଂ କପଡ଼ା ପିନ୍ଧି ଘରୁ ଚାଲି ଆସିଥିଲା।

ଝିଅର ମା’ କହିଛନ୍ତି ଯେ ‘ଝିଅ ଘରକୁ ଫେରିବା ପରେ ମୁଁ ଯେତେବେଳେ ତା’ ପାଖକୁ ଗଲି, ସେ ମୋତେ କିଛି କହିବାକୁ ଚାହିଁଥିଲା। ଝିଅଠାରୁ ପୂରା ଘଟଣା ଶୁଣିବା ପରେ ମୁଁ ଯେତେବେଳେ ତା’ ବ୍ୟକ୍ତିଗତ ଅଙ୍ଗକୁ ଯାଞ୍ଚ କଲି, ତ ସେଠି କିଛି ଆଘାତ ଚିହ୍ନ ଦେଖିବାକୁ ପାଇଲି’। ତେବେ ଏ ନେଇ ସେ ସଙ୍ଗେ ସଙ୍ଗେ ନିଜ ସ୍ୱାମୀଙ୍କୁ ଜଣାଇଥିଲେ ଏବଂ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରଦିନ ପୋଲିସ ୮୦ ବର୍ଷର ଏହି ବୃଦ୍ଧ ଦମ୍ପତିଙ୍କୁ ଗିରଫ କରି ନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.