ଏସବୁ ଗ୍ରହ ସହ ସମ୍ବନ୍ଧିତ ଦ୍ରବ୍ୟ ହୋଇଥା’ନ୍ତି ଶନିଙ୍କ ଶତ୍ରୁ, କେବେ ବି ରଖନ୍ତୁନି ଏକାଠି
ବାସ୍ତୁଶାସ୍ତ୍ରରେ ସବୁ ଗ୍ରହ, ନକ୍ଷତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆଜି ଶନିବାରରେ ଆସନ୍ତୁ ଜାଣିବା ଶନିଗ୍ରହ ବିଷୟରେ। ଶନି ଗ୍ରହଙ୍କର ଅନ୍ୟ ଗ୍ରହମାନଙ୍କ ସହ କି ସମ୍ପର୍କ ରହିଛି। କିଏ ମିତ୍ର କିଏ ଶତ୍ରୁ ଓ କେଉଁ କେଉଁ ଜିନିଷକୁ ଶନି ସମ୍ବନ୍ଧୀୟ ଜିନିଷ ସହ ରଖିବା ଉଚିତ୍ ଓ କାହାକୁ ରଖିବା ମନା।
ଶାସ୍ତ୍ରାନୁସାରେ, ଶନି ଗ୍ରହଙ୍କ ମିତ୍ର ହେଉଛନ୍ତି ବୁଧ ଓ ଶୁକ୍ର। ଅନ୍ୟପଟେ ସୂର୍ଯ୍ୟ, ଚନ୍ଦ୍ର ଓ ମଙ୍ଗଳ ହେଉଛନ୍ତି ଶନିଙ୍କ ଶତ୍ରୁ। ଏଥିରୁ ସ୍ପଷ୍ଟ ହେଉଛି ଯେ ଆପଣ ବୁଧ ଓ ଶୁକ୍ର ସମ୍ବନ୍ଧୀୟ ଦ୍ରବ୍ୟକୁ ଶନି ସମ୍ବନ୍ଧୀୟ ଦ୍ରବ୍ୟ ସହ ରଖିପାରିବେ।
ସେହିପରି ଗୁରୁ ସମ୍ବନ୍ଧୀୟ ଜିନିଷ ଯଥା-ହଳଦିଆ ରଙ୍ଗର କୌଣସି ଦ୍ରବ୍ୟ, ହଳଦିଆ ଡାଲି, କେସର ଆଦିକୁ ମଧ୍ୟ ଶନି ସମ୍ବନ୍ଧୀୟ ଜିନିଷ ସହ ରଖିପାରିବେ। କିନ୍ତୁ ଟିକେ ଦୂରତା ରଖି। ଧ୍ୟାନ ରଖିବେ ଯେ ସୂର୍ଯ୍ୟ, ଚନ୍ଦ୍ର ଓ ମଙ୍ଗଳ ଗ୍ରହ ସହ ସମ୍ବନ୍ଧିତ ଜିନିଷକୁ ଶନିଙ୍କ ଜିନିଷ ସହ କେବେ ବି ରଖିବା କଥା ନୁହେଁ। ଏହି ତିନିଟି ଶନିଙ୍କ ଶତ୍ରୁ ସମାନ ହୋଇଥାଆନ୍ତି।