ଶତାବ୍ଦୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ, କୋଚରେ ସମସ୍ତ ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ : ହୁ ହୁ ଜଳିଲା ଶତାବ୍ଦୀ ଏକ୍ସପ୍ରେସ୍‌। ନୂଆଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ଯାତ୍ରୀବାହୀ ଶତାବ୍ଦୀ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ଲାଗିଲା ନିଆଁ। ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଟ୍ରେନ୍‌କୁ କଂସରୋ ରେଳ ଷ୍ଟେସନ୍‌ରେ ଅଟକାଇଥିଲେ। ଏହା ପରେ ରାଜିଜି ଟାଇଗର୍ ରିଜର୍ଭ ଅଧିକାରୀ ଏବଂ ରେଳ ଅଧିକାରୀଙ୍କୁ ଏନେଇ ସୂଚନା ଦିଆଗଲା ।

କୁହାଯାଉଛି ଯେ ଲୋକୋ ପାଇଲଟ୍ ଆପତଃକାଳୀନ ବ୍ରେକ୍ ଲଗାଇ ଜଙ୍ଗଲରେ ହିଁ ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ତତ୍କାଳ କୋଚ୍ ସି-୫କୁ ତୁରନ୍ତ ଖାଲି କରାଯାଇଥିଲା ଏବଂ ନିଆଁ ଲାଗିଥିବା କୋଚ୍‌କୁ ଅନ୍ୟ କୋଚ୍ ଗୁଡ଼ିକ ଠାରୁ ଅଲଗା କରାଯାଇ ସୁରକ୍ଷିତ ରଖାଯାଇଥିଲା ।

ଏହି କୋଚ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସମସ୍ତ ଯାତ୍ରୀମାନଙ୍କୁ ଅନ୍ୟ ଏକ କୋଚ୍‌କୁ ସ୍ଥାନାନ୍ତର କରାଯାଇଛି । ଯାହା ପରେ ଟ୍ରେନ୍‌ଟି ଡେରାଡୁନ୍ ଯିବା ପାଇଁ ବାହାରିଥିଲା । ସେହିପରି ଦୁର୍ଘଟଣାକୁ ଧ୍ୟାନରେ ରଖି ରେଳ ଷ୍ଟେସନ ବାହାରେ ଆମ୍ବୁଲାନ୍ସ ପଠାଯାଇଥିଲା। ତେବେ ଯାହା ସୂଚନା ରହିଛି କୋଚରେ ୩୫ ଜଣ ଯାତ୍ରୀ ଥିଲେ। ସେହିପରି ନିଆଁ ଲାଗିବାର କାରଣ ସର୍ଟ ସକ୍ରିଟ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.