ଫରହାନ୍‌ ଅଖତରଙ୍କ ‘ତୁଫାନ୍‌’ର ଟିଜରକୁ ମିଳୁଛି ଭରପୂର ପ୍ରଶଂସା, ଶାହାରୁଖ ଓ ସଲମାନ୍‌ ବି କହିଲେ ‘ଖୁବ୍‌ ସୁନ୍ଦର’

ଆମାଜନ୍‌ ପ୍ରାଇମ୍‌ ଭିଡିଓ ନିକଟରେ ନିଜ ଆଗାମୀ ସମର ବ୍ଲକ୍‌ବଷ୍ଟର ହିନ୍ଦୀ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ‘ତୁଫାନ୍‌’ର ଟିଜର ରିଲିଜ୍‌ କରିଛି। ଫିଲ୍ମର ପ୍ରିମିୟର ୨୧ ମେ, ୨୦୨୧ରେ ସ୍ୱତନ୍ତ୍ର ଭାବରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ୨୪୦ରୁ ଅଧିକ ଦେଶ ଓ କ୍ଷେତ୍ରରେ ରିଲିଜ୍‌ କରାଯିବ। ଫରହାନ୍‌ଙ୍କ ବକ୍ସର ଲୁକ୍‌ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି। ଫଳରେ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।


ଫରହାନ୍‌ଙ୍କ ଲୁକ୍‌କୁ ପ୍ରଶଂସା କରିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଶାହାରୁଖ ଖାନ୍‌, ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା, ମହେଶ ବାବୁ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ୍‌, ହ୍ରିତିକ୍‌ ରୋଶନ୍‌, ସିଦ୍ଧାନ୍ତ ଚତୁର୍ବେଦୀ, ନେହା ଧୁପିଆ, ଦିଆ ମିର୍ଜା, କୃତି ଖରବନ୍ଦା, ମାଲବିକା ମୋହନନ୍‌, ବିଶାଳ ଡଡଲାନୀ, ଈଶାନ୍‌ ଖଟ୍ଟର ପ୍ରମୁଖ ଅଛନ୍ତି। ଏହି କଳାକାରମାନେ ଏହି ପାଓ୍ଵାର ପ୍ୟାକ୍‌ ଟିଜର ପାଇଁ ଫରହାନ୍‌ଙ୍କୁ ପ୍ରଂଶସା କରିଛନ୍ତି।

ଫରହାନ୍‌ଙ୍କ ଏହି ଲୁକ୍‌ ପାଇଁ ହ୍ରିତିକ୍‌ ‘ଫାଷ୍ଟ ଡେ’, ଫାଷ୍ଟ ମିନିଟ୍‌ ପାଇଁ ସାଇନ୍‌ ଅପ୍‌’ କରିଥିବା ବେଳେ କ୍ୟାଟ୍ରିନା କୈଫ୍‌ ‘ଲୁକ୍ସ ଇନ୍‌ସେନ୍‌’ ବୋଲି ଲେଖିଛନ୍ତି। ସଲମାନ୍‌ ଖାନ୍‌ ମଧ୍ୟ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଅଭିନନ୍ଦନ ଫରହାନ୍‌… ଟିଜର ଭଲ ଲାଗୁଛି…’। ଅନ୍ୟପଟେ ଶାହାରୁଖ ଖାନ୍‌ ମଧ୍ୟ ଟିଜରକୁ ପ୍ରଶଂସା କରି ଲେଖିଛନ୍ତି ‘ଓ୍ଵା! ତୁମେ କାମରେ କରୁଥିବା ଚେଷ୍ଟା ସବୁବେଳେ ଆମକୁ ପ୍ରେରଣା ଯୋଗାଏ’। ଦର୍ଶକମାନେ ମଧ୍ୟ ଏହି ଟିଜରକୁ ପ୍ରଶଂସା କରୁଥିବା ଦେଖାଯାଇଛି।

Video Courtesy: Amazon Prime Video India
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.