ସଠିକ୍‌ ଚିକିତ୍ସା ନପାଇବା କାରଣରୁ ମଳକଣ୍ଟକ ଅପରେସନ୍‌ ପାଇଁ ଯାଇଥିବା ରୋଗୀଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକ

ନରସିଂହପୁର : ମୃତଦେହ ରଖି ରାସ୍ତାରୋକ। କଟକ ଜିଲ୍ଲା ନରସିଂହପୁର ବ୍ଳକ୍ ବାଗଧରିଆ ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ। ମୃତକ ସୁବଳୟା ଗାଁର ନିରାକାର ରାଉତ। ଚିକିତ୍ସା ଅଭାବରୁ ସୁବଳୟାଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।

ମଳକଣ୍ଟକ ଅପରେସନ୍‌ ପାଇଁ ସୁବଳୟା ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ତାଙ୍କର ସଠିକ୍‌ ଚିକିତ୍ସା ନକରି ଇଞ୍ଜେକସନ୍‌ ଦେଇ ଦେଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା ନକରି କଟକ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କ୍ଲିନିକ୍‌ ମାଲିକ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.