ରାତିରେ କରନ୍ତୁ ନାହିଁ ଏହି ଘର କାମ, ଜାଣନ୍ତୁ କ’ଣ କହୁଛି ବାସ୍ତୁ

ଘରକୁ ସଫାସୁତରା ରଖିବା ନିତାନ୍ତ ଆବଶ୍ଯକ। ଘରେ ଲକ୍ଷ୍ମୀ ସେତେବେଳେ ବାସ କରନ୍ତି, ଯେତେବେଳେ ଘର ସଫାସୁତରା ଏବହ ସୁବ୍ଯବସ୍ଥିତ ରହିଥାଏ। ବାସ୍ତୁଶାସ୍ତ୍ର କେବଳ ଦିଗ ଅନୁସାରେ ଘର ନିର୍ମାଣ କରିବାକୁ ନେଇ ନୁହେଁ ବରଂ ଘର ସହିତ ଜଡିତ ପ୍ରତିଦିନ କିଛି କାମକୁ ନେଇ ମଧ୍ୟ ରହିଥାଏ। ଘରକୁ ସଫା ରଖିବା ପାଇଁ ଝାଡୁର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳ ସମୟରେ ଝାଡୁ ଲଗାଇବା ଉଚିତ ସମୟ ହୋଇଥାଏ। ସନ୍ଧ୍ଯା ସମୟରେ ଘରେ ଝାଡୁ ଲଗାଇବା ଉଚିତ ନୁହେଁ। ଅତ୍ଯନ୍ତ ଆବଶ୍ଯକ ହେଲେ ହିଁ ଝାଡୁ ଲଗାଇବେ ନଚେତ କରିବା ଠିକ୍ ନୁହେଁ।

ସନ୍ଧ୍ଯା ଗଡିଗଲେ କିମ୍ବା ରାତି ସମୟରେ ଘରେ ଝାଡୁ ଲଗାଇବା ମନା। ଏମିତି କଲେ ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଏହା ସହିତ ଘରେ ରହୁଥିବାସୁଖ, ଶାନ୍ତି, ସ୍ବାସ୍ଥ୍ଯ ସମ୍ବନ୍ଧୀୟ ସମସ୍ଯା ଅନୁଭବ ହୋଇଥାଏ। ଏହାଛଡା ରାତିରେ ଅତ୍ଯନ୍ତ ଛୋଟ ବସ୍ତୁ ଠିକ୍ ଭାବେ ନଜର ଆସିନଥାଏ। ତେଣୁ ଅଧିକ ରାତିରେ ଝାଡୁ ଲଗାଇବା ଦ୍ବାରା କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ଯଦି ପଡିଥାଏ, ତେବେ ହଜିଯିବାର ସମ୍ଭାବନା ଅଧିକ ରହିଥାଏ।

jhadu
photo credit: India Tv News

ପୁରୁଣା କାଳରେ ରାତିରେ ଘରର କୋଣ ଅନୁକୋଣ ସଫା କରିବାକୁ ବହୁତ କଷ୍ଟ କରିବାକୁ ପଡୁଥିଲା। ଲାଇଟ ନଥିବାରୁ ଆଗକାଳରେ ରାତିରେ ଝାଡୁ ଲଗାଯାଉନଥିଲା। ବାସ୍ତୁଶାସ୍ତ୍ର ଅନୁସାରେ ଝାଡୁକୁ ଏମିତି କେମିତି ଛାଡିବା ଉଚିତ ନୁହେଁ। ବାହାରେ ଝାଡୁ ପକାଇବା ଉଚିତ ନୁହେଁ। ଝାଡୁକୁ ଡେରି ରଖିବା ମଧ୍ୟ ଉଚିତ ନୁହେଁ। ଝାଡୁକୁ ବାହାରେ ପକାଇବା ଦ୍ବାରା କଳହ ଲାଗିଥାଏ। ଏହାକୁ ସବୁବେଳେ ଲୁଚାଇ ରଖନ୍ତୁ।

ଝାଡୁକୁ ସବୁବେଳେ ବାନ୍ଧି ରଖନ୍ତୁ। ଏଥିରୁ ବାହାରିଥିବା ଝାଡୁ ଏବଂ ରଶିକୁ ଇଆଡେ ସିଆଡେ ପକାନ୍ତୁ ନାହିଁ। ଏମିତି ହେଲେ ଧନଧାନ୍ଯର ସ୍ଥିତି ପ୍ରଭାବିତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.