ଭୟଙ୍କର ବନ୍ୟାରେ ବି ବିବାହ କଲେ ଦମ୍ପତି ! କନ୍ୟାକୁ ଏୟାରଲିଫ୍ଟ କରାଇବା ପୂର୍ବରୁ କପଲ୍‌ କଲେ ଫାଇନାଲ କିସ୍‌

ବିବାହ କରିବାର ନିଶା ଏତେ ଥିଲା ଯେ ଭୟଙ୍କର ବନ୍ୟାରେ ବି ଜଣେ ଦମ୍ପତି ନିଜକୁ ରୋକିପାରି ନ ଥିଲେ। ଦମ୍ପତି ନା କେବଳ ବନ୍ୟାଜଳ ଭିତରେ ପଶି ବିବାହ କରିଥିଲେ, ବରଂ ପରସ୍ପରକୁ ଚୁମା ମଧ୍ୟ ଦେଇଥିଲେ। ଏହାପରେ କନ୍ୟାକୁ ଏୟାରଲିଫ୍ଟ କରାଯାଇଥିଲା। ବର୍ତ୍ତମାନ ସେହି ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଦମ୍ପତି ଅଷ୍ଟ୍ରେଲିଆର। ବିବାହ ବି ସେହିଠାରେ ହୋଇଛି। ବନ୍ୟା ଭିତରେ ସାମ୍ନାକୁ ଆସିଥିବା ଏହି ଫଟୋ ଲୋକଙ୍କୁ ଚକିତ କରି ଦେଇଛି। ଯେଉଁ ଅଞ୍ଚଳରେ ଦମ୍ପତି ବିବାହ କରିଛନ୍ତି, ସେଠି ବନ୍ୟା ପରିସ୍ଥିତ ବହୁତ ଜଟିଳ ରହିଛି। ଅଞ୍ଚଳଟି ନ୍ୟୁ ସାଉଥ୍‌ େଓ୍ଵଲ୍ସର।

ଗତ କିଛିଦିନ ଧରି ଏଠାରେ ଭୀଷଣ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତା ଉପରେ ହାତେ ଉଚ୍ଚରେ ପାଣି ଚାଲିଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି, ଯେଉଁଥିପାଇଁ ଲୋକେ ଏକପ୍ରକାର ଆତଙ୍କିତ ଏବଂ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଏହି ଦମ୍ପତି ମାର୍ଚ୍ଚ ୨୦ରେ ବିବାହ କରିଥିଲେ। ବିବାହ ସମୟରେ ସେମାନେ ଏକ ଜଳବନ୍ଦୀ ଘରେ ଫସି ରହିଥିଲେ। ସ୍ଥିତି ଜଟିଳ ଥିଲେ ବି ଦମ୍ପତି ନିଜ ବିବାହକୁ ଟାଳି ନ ଥିଲେ। ବିବାହ ମିଡ୍‌ ନର୍ଥ କୋଷ୍ଟସ୍ଥିତ ଓ୍ଵିଙ୍ଘମ୍‌ରେ ହେବାର ଥିଲା। ଠିକ୍‌ ପୂର୍ବରୁ ଦମ୍ପତି ଏକ ଟ୍ଵିଟ୍‌ କରି ସହାୟତା ମାଗିଥିଲେ ଏବଂ ସଙ୍ଗେ ସଙ୍ଗେ ସେମାନଙ୍କ ପାଖରେ ସହାୟତା ପହଞ୍ଚିଥିଲା। ଏହାପରେ ବିବାହ ସମ୍ପନ୍ନ ହୋଇଥିଲା। ଦମ୍ପତି ପରସ୍ପରକୁ ଫାଇନାଲ କିସ୍‌ କରିବା ପରେ ସେମାନଙ୍କୁ ହେଲିକାପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.