Below header

ମହିଳାଙ୍କ ଫୁସ୍‌ଫୁସ୍‌ରେ ଫସି ରହିଥିଲା କଣ୍ଡୋମ୍‌, ଏହା କେମିତି ହେଲା… ଲାଜେଇ ଯାଇ ବଖାଣିଲେ ପୂରା ଘଟଣା

ମହିଳାଙ୍କ ଫୁସ୍‌ଫୁସ୍‌ରୁ ବାହାରିଲା କଣ୍ଡୋମ୍‌। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଘଟଣାଟି ଏକଦମ୍‌ ସତ। ଜଣେ ୨୭ ବର୍ଷୀୟା ମହିଳାଙ୍କ ସହ ଏଭଳି ଘଟଣା ଘଟିଛି। ପ୍ରଥମେ ତ ମହିଳାଙ୍କୁ ଏଥିପାଇଁ ବାରମ୍ବାର କାଶ ହେଉଥିଲା କିନ୍ତୁ ମେଡିସିନ୍‌ ଖାଇବା ପରେ ବି କାଶ ଭଲ ନହେବାରୁ ସେ ଭାବିଥିଲେ ବୋଧେ ତାଙ୍କୁ ଟିବି ହୋଇଛି। ଡାକ୍ତର ବି ତାହା ଅନୁମାନ କରି ଚିକିତ୍ସା କରିଥିଲେ। କିନ୍ତୁ ତାଙ୍କ ଟିବି ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ଏଣୁ ଡାକ୍ତର ତାଙ୍କ ଫୁସ୍‌ଫୁସ୍‌ର ଏକ୍ସ-ରେ କରିଥିଲେ। କିନ୍ତୁ ଏକ୍ସ-ରେରେ ଯାହା ଫଳ ଆସିଲା ତାହା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ମହିଳାଙ୍କ ଫୁସ୍‌ଫୁସ୍‌ରେ ଏକ ଛୋଟ ବ୍ୟାଗ୍‌ ଲାଖିଥିବା ଦେଖିବାକୁ ମିଳିଥିଲା। ଟିକେ ଅଧିକ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ତାହା ହେଉଛି କଣ୍ଡୋମ୍‌।

ଏନେଇ ମହିଳାଙ୍କୁ ପଚାରିବାରୁ ପ୍ରଥମେ ତ ସେ ଲାଜରେ କିଛି କହିନଥିଲେ। କିନ୍ତୁ ଡାକ୍ତର ବାରମ୍ବାର ପଚାରିବାରୁ ମହିଳା ସମ୍ପୂର୍ଣ୍ଣ କାହାଣୀ କହିଥିଲେ। ମହିଳା କହିଥିଲେ, ସେ ଥରେ ସ୍ୱାମୀଙ୍କ ସହ ଅନ୍ତରଙ୍ଗ ଥିବା ବେଳେ ଫେଲିଏସନ୍‌(ପାଟିରେ ପୁରୁଷଙ୍କ ଯୌନାଙ୍ଗ ପୂରାଇବା) କରିଥିଲେ। ସେତେବେଳେ କଣ୍ଡୋମ୍‌ ଢିଲା ଥିଲା। ଏଣୁ ତାହା ତାଙ୍କ ପେଟକୁ ଚାଲିଯାଇଥିଲା। ମହିଳା ଡାକ୍ତରଙ୍କୁ କହିଥିଲେ ଏହା ଅଜାଣତରେ ହୋଇଥିଲା। ସେ ଭାବିଥିଲେ କଣ୍ଡୋମ୍‌ ବାହାରିଯିବ ଓ ତାଙ୍କର କିଛି କ୍ଷତି ହେବନାହିଁ। କିନ୍ତୁ ଏତେ ଦିନ ପରେ ଏଭଳି ସମସ୍ୟା ସୃଷ୍ଟି ହେଲା। ତେବେ ଅପରେସନ୍‌ ପରେ ଉକ୍ତ କଣ୍ଡୋମ୍‌କୁ ଡାକ୍ତର ବାହାର କରିବା ପରେ ଏବେ ମହିଳା ସୁସ୍ଥ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.