ନେହା କକ୍କର ଭାଇ ଟୋନିଙ୍କୁ ଦେଲେ ଖାସ୍‌ ଗିଫ୍ଟ, ଘରେ ବନାଇ ଦେଲେ ଖେଳିବା ପାଇଁ କ୍ରିକେଟ ପିଚ୍‌ !

ସିଙ୍ଗର ନେହା କକ୍କର ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଭାଇ ଟୋନି କକ୍କରଙ୍କ ପାଇଁ ଏକ ଉପହାର ଦେଉଥିବା ନଜର ଆସୁଛନ୍ତି। ନେହା, ଟୋନି କକ୍କରଙ୍କ ପାଇଁ ଘରେ ହିଁ କ୍ରିକେଟ ପିଚ୍‌ ବନାଇ ଦେଇଛନ୍ତି।

ଭଉଣୀ ନେହାଙ୍କର ଏହି ସରପ୍ରାଇଜ୍‌ ଦେଖି ଟୋନି ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କହି ରଖୁଛୁ, ଟୋନି କକ୍କରଙ୍କୁ କ୍ରିକେଟର ବହୁତ ସଉକ ରହିଛି। ନେହା ଫଟୋ ଶେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି, ‘ଘରେ ହିଁ କ୍ରିକେଟ ପିଚ୍‌। କାମ ପ୍ରଗତିରେ ଅଛି। ଗିଫ୍ଟ କେମିତି ଲାଗିଲା ଟୋନି କକ୍କର? ଆପଣଙ୍କ ଛୋଟ ଭଉଣୀ ନେହା’।

ଏହି ପୋଷ୍ଟ ଉପରେ ଫ୍ୟାନ୍ସଙ୍କ ସହିତ ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ କରିଛନ୍ତି। ଭିଡିଓ ଶେୟାର କରାଯିବାର ମାତ୍ର ୨ ଘଣ୍ଟା ଭିତରେ ଏହାକୁ ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଥିଲା। କହି ରଖୁଛୁ, ନେହା କକ୍କରଙ୍କର ସୋସିଆଲ ମିଡିଆରେ ୫୩.୮ ମିଲିୟନ ଫ୍ୟାନ୍‌ ଫଲୋଇଙ୍ଗ୍‌ ରହିଛି। ନେହା ବଲିଉଡ୍‌ର ଜଣେ ଏମିତି ସିଙ୍ଗର, ଯାହାଙ୍କ ଫ୍ୟାନ ଫଲୋଇଙ୍ଗ୍‌ ସଂଖ୍ୟା କୋଟିରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.