କେଶରେ କଣ୍ଡିସନର ଲଗାଇବା ବେଳେ ଏହି ଭୁଲ୍ କରିଥାଆନ୍ତି ମହିଳା, ଜାଣନ୍ତୁ ଉପଯୋଗର ସଠିକ ଉପାୟ

ବହୁତ ମହିଳା ଏମିତି ବି ଅଛନ୍ତି, ଯେଉଁମାନେ କଣ୍ଡିଶନର ଲଗାନ୍ତି, କିନ୍ତୁ ଏହାକୁ ଠିକ୍‌ ଢଙ୍ଗରେ ବ୍ୟବହାର କରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ କଣ୍ଡିଶନର ଲଗାଇବାର ଠିକ୍‌ ତରିକା ବିଷୟରେ କହିବୁ।

ହେୟାର କଣ୍ଡିସନର କେଶକୁ ସଫ୍ଟ ଏବଂ ସିଲ୍କି ରଖିବାର କାମ କରିଥାଏ। କଣ୍ଡିସନର ବ୍ୟବହାର ନ କଲେ କେଶ ବହୁତ ରଫ୍ ଓ ରୁକ୍ଷ ହୋଇଯାଇଥାଏ। ବହୁତ ମହିଳା ଏମିତି ବି ଅଛନ୍ତି, ଯେଉଁମାନେ କଣ୍ଡିଶନର ଲଗାନ୍ତି, କିନ୍ତୁ ଏହାକୁ ଠିକ୍ ଢଙ୍ଗରେ ବ୍ୟବହାର କରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ କଣ୍ଡିସନର ଲଗାଇବାର ଠିକ୍ ତରିକା ବିଷୟରେ କହିବୁ।

ଅଧିକ କରନ୍ତୁ ନାହିଁ କଣ୍ଡିସନରର ବ୍ୟବହାର

କଣ୍ଡିସନର ଲଗାଇବା ଦ୍ୱାରା କେଶ ସୁସ୍ଥ ତଥା ମୁଲାୟମ ରହିଥାଏ। କିନ୍ତୁ ଗୋଟିଏ କଥା ଧ୍ୟାନ ରଖିବାକୁ ହେବ ଯେ କଦାପି ଏହାକୁ ଅଧିକ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ କେଶ ଚିପ୍ଚିପା ହୋଇଯାଇପାରେ।

କେଶର ଟାଇପ୍ ଅନୁସାରେ ଲଗାନ୍ତୁ କଣ୍ଡିସନର

ଯଦି ଆପଣଙ୍କ କେଶ ପତଳା, ତ ଆପଣ ମାଇଲ୍ଡ କଣ୍ଡିସନର ବ୍ୟବହାର କରିବା ଉଚିତ। ଯଦି ଆପଣ ପତଳା କେଶରେ କଣ୍ଡିସନର ଲଗାନ୍ତି, ତା’ହେଲେ ଆପଣଙ୍କ କେଶ ଖରାପ ହୋଇପାରେ। ଏଥିପାଇଁ କେଶ ଅନୁସାରେ ହିଁ କଣ୍ଡିସନର ବ୍ୟବହାର କରନ୍ତୁ।

କଣ୍ଡିସନର ଲଗାଇବା ପରେ ତୁରନ୍ତୁ ଧୁଅନ୍ତୁ ନାହିଁ

କିଛି ମହିଳା କଣ୍ଡିସନର ଲଗାଇବାର ତୁରନ୍ତ ପରେ କେଶ ଧୋଇ ଦିଅନ୍ତି। ଏମିତିରେ ଏହାର ଫାଇଦା ଆପଣଙ୍କ କେଶକୁ ମିଳି ନ ଥାଏ। ତେଣୁ କଣ୍ଡିସନର ଲଗାଇବା ପରେ ୪ରୁ ୫ ମିନିଟ୍ ଏହାକୁ କେଶରେ ରଖିବାକୁ ଦିଅନ୍ତୁ। ଏହାପରେ କେଶ ଧୋଇ ଦିଅନ୍ତୁ।

ଏହିପରି ଭାବେ ଶୁଖାନ୍ତୁ କେଶ

କେଶକୁ ଟାଓ୍ଵଲରେ ରଗଡ଼ି ଶୁଖାନ୍ତୁ ନାହିଁ। ଏହାଦ୍ୱାରା କଣ୍ଡିସନରର କୌଣସି ଫାଇଦା ରହିବ ନାହିଁ ଏବଂ କେଶ ଫ୍ରିଜି ହୋଇଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.