ଡ୍ରଗ୍‌ ମାମଲାରେ ଗିରଫ ଏଜାଜ୍‌ଙ୍କୁ କରୋନା, ଏବେ NCB ଟିମ୍‌ର ହେବ କୋଭିଡ୍‌ ଟେଷ୍ଟ

ଡ୍ରଗ୍‌ କେସ୍‌ରେ ଗିରଫ ହୋଇଥିବା ଅଭିନେତା ଏଜାଜ୍‌ ଖାନ୍‌ କରୋନା ପଜିଟିଭ୍‌ ହୋଇଛନ୍ତି। ଏନ୍‌ସିବି କଷ୍ଟଡିରେ ଥିବା ବେଳେ ହିଁ ସେ କୋଭିଡ୍‌ ସଂକ୍ରମିତ ଥିବା ଜଣାଯାଇଛି। ଏବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏଜାଜ୍‌ଙ୍କୁ କରୋନା ବୋଲି ଜଣାପଡ଼ିବା ପରେ ତାଙ୍କୁ ପଚରାଉଚରା କରୁଥିବା ଏନ୍‌ସିବିର ଟିମ୍‌ଙ୍କର ମଧ୍ୟ କରୋନା ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ପ୍ରକାଶ ଯେ ଦୁଇ ଦିନ ପୂର୍ବରୁ ଏଜାଜ୍‌ଙ୍କର କରୋନା ଟେଷ୍ଟ ହୋଇଥିଲା ଓ କାଲି ତାଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି।

ସୂଚନାଯୋଗ୍ୟ ଯେ ଡ୍ରଗ୍ସ ଲଡ୍ ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ସହ ମିଶି ଏଜାଜ କାମ କରୁଛନ୍ତି ଓ ସିଣ୍ଡିକେଟରେ ସାମିଲ ଅଛନ୍ତି ବୋଲି ଏନସିବି ସନ୍ଦେହ କରୁଛି। ମୁମ୍ବାଇରେ ଏମଡିଏମଏ ଛଡା ବିଦେଶରୁ ଆସୁଥିବା ଡ୍ରଗ ଯେମିତିକି ଏଲଏସଡି, ଗଂଜେଇ, କୋକିନର ସବୁଠାରୁ ବଡ ସପ୍ଲାଏର ଫାରୁଖ ବଟାଟା। ହାଇ ପ୍ରୋଫାଇଲ ଲୋକଙ୍କ ପିଲାଙ୍କ ସହିତ ଫାରୁଖର ଭଲ ସମ୍ପର୍କ ରହିଛି। ମୁମ୍ବାଇରେ ହେଉଥିବା ବଡ ଡ୍ରଗ୍ସ ପାର୍ଟିକୁ ଫାରୁଖ ବଟାଟା ହିଁ ଡ୍ରଗ୍ସ ସପ୍ଲାଏ କରିଥାଏ।

ମଙ୍ଗଳବାର ଦିନ ଏଜାଜ ଖାନ ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିବା ମାତ୍ରେ ଏନସିବି ତାଙ୍କୁ ନୋଟିସ ପଠାଇ ଗିରଫ କରିଥିଲା। ଏନସିବି ଏଜାଜଙ୍କୁ ନେଇ ଅନ୍ଧେରୀ ଓ ଲୋଖଣ୍ଡୱାଲାରେ ବହୁ ସ୍ଥାନରେ ରେଡ କରିଥିଲା। ମାତ୍ର ଏହି ରେଡ ସମୟରେ ଡ୍ରଗ୍ସ ଜବତ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କୁ ପ୍ରଥମେ ଏପ୍ରିଲ ୩ ଯାଏଁ କଷ୍ଟଡିରେ ରଖିବାକୁ ଅନୁମତି ମଗାଯାଇଥିଲା। କିନ୍ତୁ ପରେ ଏହାକୁ ଏପ୍ରିଲ ୫ ଯାଏଁ ବଢ଼ାଇ ଦିଆଯାଇଛି। କିନ୍ତୁ ଏଜାଜ୍‌ଙ୍କୁ ଏବେ କରୋନା ହୋଇଥିବା ଜଣାପଡ଼ିବା ପରେ ତଦନ୍ତ ପ୍ରକ୍ରିୟା ଶିଥିଳ ପଡ଼ିଯାଇଛି।

Leave A Reply

Your email address will not be published.