ଲକ୍ଷ୍ନୌ: କରୋନା ପଜିଟିଭ ବାହାରିଲେ ଅଖିଳେଶ ଯାଦବ, ନିଜକୁ କଲେ ଆଇସୋଲେଟ, ଜାଣନ୍ତୁ କାହା ସଂସ୍ପର୍ଶରେ ଆସିଥିଲେ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ବୁଧବାର ସକାଳେ ଟ୍ଵିଟ୍‌ କରି ଅଖିଳେଶ ଏ ନେଇ ସୂଚନା ଦେଇଛନ୍ତି। ପଜିଟିଭ ହେବା ପରେ ସେ ନିଜକୁ ଆଇସୋଲେଟ୍‌ କରି ନେଇଛନ୍ତି।

ଅଖିଳେଶ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି କି, ‘ଏବେ ଏବେ ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ନିଜକୁ ସମସ୍ତଙ୍କଠୁ ଅଲଗା କରି ନେଇଛି ଏବଂ ଘରେ ହିଁ ଉପଚାର ଆରମ୍ଭ ହୋଇଯାଇଛି। ଗତ କିଛି ଦିନରେ ଯିଏ ମୋ ସମ୍ପର୍କରେ ଆସିଛନ୍ତି, ସେମାନଙ୍କୁ ବିନମ୍ର ଅନୁରୋଧ କି, ସେମାନେ ବି ଯାଞ୍ଚ କରେଇ ନିଅନ୍ତୁ। ସେମାନେ ସମସ୍ତଙ୍କୁ କିଛି ଦିନ ପର୍ଯ୍ୟନ୍ତ ଆଇସୋଲେଶନରେ ରହିବାକୁ ବି ଅନୁରୋଧ କରୁଛି’।

କହି ରଖୁଛୁ, ନିକଟରେ ଅଖିଳେଶ ଯାଦବ ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭ ମେଳା ଗସ୍ତ କରିଥିଲେ। ସେଠାରେ ସେ ନିଜ ସମର୍ଥକ ଏବଂ କେତେଜଣ ସାଧୁସନ୍ଥଙ୍କୁ ସାକ୍ଷାତ କରିଥିଲେ। ହରିଦ୍ୱାରରେ ହିଁ ଅଖିଳେଶ ଅଖାଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଭେଟିଥିଲେ, ଯେତେବେଳେ କି ନରେନ୍ଦ୍ର ଗିରି ନିଜେ କରୋନା ପଜିଟିଭ ଥିଲେ। ଏହାର ଦୁଇ ଦିନ ପରେ ଅଖିଳେଶ ଏବେ ନିଜେ କରୋନା କବଳକୁ ଆସିଯାଇଛନ୍ତି।

Leave A Reply

Your email address will not be published.