ଭୁବନେଶ୍ବର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କ ଉପରେ ମାଡ଼ିବସିଲା କ୍ବିକ୍ ଆକ୍ସନ ଟିମ୍, ବନ୍ଧୁକ ସହ ୬ ରାଉଣ୍ଡ ଗୁଳି ଜବତ

କେନ୍ୟୁଜ୍(ବ୍ୟୁରୋ):  ବେଧଡ଼କ ଚାଲୁଥିଲା  ବନ୍ଧୁକ ବେପାର। ଖବର ପାଇ ବନ୍ଧୁକ ଡିଲ ବେଳେ ମାଡି ବସିଲା କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍। ଏହି ଟିମ ସାଧା ପୋଷାକରେ ଗ୍ରାହକ ଭାବେ ଯାଇ ବନ୍ଧୁକ ବେପାରୀଙ୍କ ସହ ଡିଲ କରୁଥିଲା। ବିକ୍ରି ପାଇଁ ବନ୍ଧୁକ ଦେଖାଇବା ବେଳେ ୨ ଜଣ ବନ୍ଧୁକ ବେପାରୀକୁ ମାଡ଼ି ବସି ଗିରଫ କରିଛି ପୋଲିସ । ଏହି ଘଟଣର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପାତ୍ର ଏବଂ ତାର ସହଯୋଗୀ ଚିତ୍ତ ରଞ୍ଜନ ବେହେରାକୁ ଗିରଫ କରିଛି ପୋଲିସ ।

ବନ୍ଧୁକ ସହ ସେମାନଙ୍କ ପାଖରୁ ୬ ରାଉଣ୍ଡ ଗୁଳି ଜବତ କରାଯାଇଛି । ବାଲିଅନ୍ତା ଥାନା ପୋଲିସ ଓ QAT ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ସେମାନେ ବନ୍ଧୁକ କେଉଁଠୁ ଆଣିଲେ ? କଣ ପାଇଁ ଆଣିଥିଲେ? କେତେଦିନ ହେଲା ବେପାର ଚଳାଉ ଥିଲେ  ତାହାର ତଦନ୍ତ କରୁଛି ପୋଲିସ ।ଏହା  ସହ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପାତ୍ର ନାଁରେ ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।

Leave A Reply

Your email address will not be published.