କନ୍ଧମାଳ ଜିଲ୍ଲାରେ ୨୦୨୧ର ପ୍ରଥମ କୋଭିଡ୍‌ ମୃତ୍ୟୁ, ଖଜୁରୀପଡା ବନ୍ଧସାହିରେ ଆଖି ବୁଜିଲେ ଶିକ୍ଷୟିତ୍ରୀ

କନ୍ଧମାଳ: କୋଭିଡ୍‌ ସମୟ। ସବୁଠି ସତର୍କତା ଅବଲମ୍ବନ କରିବାକୁ ପଡୁଛି। କାହାର ଯଦି କୋଭିଡ୍‌ରେ ମୃତ୍ୟୁ ହୁଏ ତେବେ ଅତି ସାବଧାନତାର ସହ ଅନ୍ତିମ ସତ୍କାର କରିବାକୁ ପଡୁଛି। ଗତକାଲି କନ୍ଧମାଳ ଜିଲ୍ଲାରେ ୨୦୨୧ରେ ପ୍ରଥମ କୋଭିଡ୍‌ ମୃତ୍ୟୁ ହୋଇଥିଲା। ଖଜୁରୀପଡା ବ୍ଲକ ବନ୍ଧସାହିରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ଗାଁରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଶବ ଦାହ ହୋଇଥିଲା। ଏହାପରେ ସେହି ସ୍ଥାନର ଆଖପାଖ ଅଂଚଳକୁ ସାନିଟାଇଜ କରାଯାଇଥିଲା। ଶବଦାହ ସ୍ଥଳରେ ଖଜୁରୀପଡାର ବିଡିଓ ଓ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.