କରୋନା ମହାମାରୀ ସ୍ଥିତିରେ ଭାରତର ମନୋବଳ ବଢାଇଲେ ବିଭିନ୍ନ ଦେଶ, ତ୍ରିରଙ୍ଗାରେ ଝଲସିଲା ବୁର୍ଜ ଖଲିଫା

କେନ୍ଯୁଜ୍: ଝଲସିଲା ବୁର୍ଜ ଖଲିଫା। କରୋନା ମହାମାରୀ ସହ ଲଢୁଥିବା ଭାରତ ସମର୍ଥନରେ ୟୁନାଇଟେଡ ଆରବ ଏମିରେଟ୍ସ । ଭାରତର ଏପରି ସ୍ଥିତିରେ ସହଯୋଗର ହାତ ବଢାଇଛନ୍ତି ଚୀନ୍‌, ଆମେରିକା, ଫ୍ରାନ୍ସ, ଜର୍ମାନୀ ପରି ବିଭିନ୍ନ ଦେଶ ।

ୟୁଏଇ ମଧ୍ୟ ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ଭାରତ ମନୋବଳ ବଢାଇଛି। ଦୁବାଇରେ ଥିବା ବୁର୍ଜ ଖଲିଫାକୁ ତ୍ରିରଙ୍ଗାରେ ପ୍ରଜ୍ୱଳିତ କରାଯାଇଛି। ଏହା ସହ ‘ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ’ର ମେସେଜ ଦିଆଯାଇଛି। ରବିବାର ବିଳମ୍ବିତ ରାତିରେ ୟୁଏଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.