ଭାରତରେ ନୂଆ ନାମରେ ଲଞ୍ଚ ହେବାକୁ ଯାଉଛି ପବଜି ମୋବାଇଲ ଗେମ ଆପ , ଦେଖନ୍ତୁ ପ୍ରଥମ ପୋଷ୍ଟର

ପବଜି ମୋବାଇଲ ଗେମ ଫ୍ୟାନ୍ସ ମାନଙ୍କ ପାଇଁ ଆସିଲା ଖୁସି ଖବର । ଭାରତକୁ ଗେମର ରିଟର୍ଣ୍ଣସ ହେବା କଥା କମ୍ପାନୀ ପକ୍ଷରୁ କୁହାଯାଉଛି । କମ୍ପାନୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ନୂଆ ପୋଷ୍ଟର ସେୟାର କରିଛି । ଯେଉଁଥିରେ କୁହାଯାଇଛି ଯେ ଏହି ଗେମ ‘ବ୍ୟାଟେଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ’ ନାମରେ ଭାରତରେ ଲଞ୍ଚ କରାଯିବ ।

 

ଅଫିସିଆଲ ପୋଷ୍ଟରରେ ଗେମ୍ ବହୁତ ଶୀଘ୍ର ଆସିବାକୁ ଯାଉଛି ବୋଲି କୁହାଯାଇଥିଲା। ପବଜି ମୋବାଇଲ ଇଣ୍ଡିଆର ସୋସିଆଲ ମିଡିଆ ଆକାଉଣ୍ଟର ନାମକୁ ମଧ୍ୟ ‘ପବଜି ମୋବାଇଲ ଇଣ୍ଡିଆ’ ରଖାଯାଇଛି । ଏହାସହ ଫେସବୁକ ପେଜରେ କଭର ଫଟୋରେ ମଧ୍ୟ ‘ବ୍ୟାଟେଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ’ ଲେଖାଯାଇଛି । କିନ୍ତୁ କମ୍ପାନୀ ପକ୍ଷରୁ ଲଞ୍ଚ ହେବାର ଡେଟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।

2222
pc: MySmart Price

ସୂଚନା ଅନୁଯାୟୀ, ପବଜି ମୋବାଇଲ ଇଣ୍ଡିଆକୁ ଭାରତ ସରକାରଙ୍କ ତରଫରୁ ଅନୁମତି ମିଳିସାରିଛି । ଫ୍ୟାନ୍ସ ମାନେ ମଧ୍ୟ ଏହି ଗେମକୁ ଅପେକ୍ଷା କରିଥିଲେ । କମ୍ପାନୀ ତରଫରୁ ଏହାକୁ ଗତ ବର୍ଷ ନଭେମ୍ବର ମାସରେ ଲଞ୍ଚ କରିବାକୁ କୁହାଯାଇଥିଲା । ଏହାପୂର୍ବରୁ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଦେଶୀୟ ମତଭେଦ କାରଣରୁ ଭାରତ ସରକାର ଅନେକ ଚାଇନିଜ ଆପକୁ ବ୍ୟାନ କରିଥିଲେ । ଏଥିରୁ ପବଜି ମଧ୍ୟ ବାଦ ପଡିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.