Below header

ଭଲ ପ୍ରଦର୍ଶନ ସତ୍ତ୍ବେ ଏମାନଙ୍କୁ ମିଳିଲାନି WTC ଫାଇନାଲରେ ସ୍ଥାନ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ୱାଲର୍ଡ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ବିସିସିଆଇ । ୨୦ ଜଣିଆ ଟିମରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରତ୍ଯାବର୍ତ୍ତନ କରିଛନ୍ତି। ସେହିପରି ଏହି ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ଯା ଏବଂ କୁଲଦୀପ ଯାଦବ ସ୍ଥାନ ପାଇନାହାନ୍ତି।

ଭାରତୀୟ ଦଳ : ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ବର ପୁଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ ( ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ ( ଓ୍ବିକେଟ୍ କିପର), ରବିଚନ୍ଦ୍ରନ ଅଶ୍ବିନ୍, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ମହମ୍ମଦ ସିରାଜ, ସାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା(ଓ୍ବିକେଟ୍ କିପର) ।

ଷ୍ଟାଣ୍ଡବାଏ ଖେଳାଳୀ : ଅଭିମନ୍ୟୁ ଇଶ୍ବରନ୍, ପ୍ରସିଦ୍ଧ କ୍ରିଷ୍ଣା, ଆବେସ ଖାନ, ଆର୍ଜାନ୍ ନଗଓ୍ବସ୍ଓ୍ବାଲା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.