ପିଲାଙ୍କ ପାଇଁ ଏହି କମ୍ପାନୀ ତିଆରି କଲା କରୋନା ଭ୍ୟାକ୍ସିନ, ଆସନ୍ତାବର୍ଷ ଭାରତରେ ହେବ ଲଞ୍ଚ
କରୋନାର ଦ୍ଵିତୀୟ ଲହରୀ ନ ଯାଉଣୁ ତୃତୀୟ ପାଇଁ ଚର୍ଚ୍ଚା ଜୋର ଧରିଛି। ତୃତୀୟ ଲହରୀ ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଟିକା ନିର୍ମାତା କମ୍ପାନୀ ପିଲାଙ୍କ ପାଇଁ କରୋନା ଟିକା ତିଆରି କରିବା ଆରମ୍ଭ କରିଛନ୍ତି।
ଟିକା ନିର୍ମାତା କମ୍ପାନୀ Moderna ଆସନ୍ତାବର୍ଷ ମଧ୍ୟରେ ଭାରତରେ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ ଲଞ୍ଚ କରିବ। ରିପୋର୍ଟ ମୁତାବକ, କମ୍ପାନୀ ଏ ଅବସରରେ ୫ କୋଟି ଡୋଜ ସିପ୍ଲା ଓ ଅନ୍ୟ କମ୍ପାନୀକୁ ସପ୍ଲାଏ କରିବାକୁ କଥାବାର୍ତ୍ତା ଚଳାଇଛି। ଏହି ଟିକା କେବଳ ଶିଶୁମାନଙ୍କୁ ଦିଆଯିବ ବୋଲି କମ୍ପାନୀ କହିଛି।
ପିଲାଙ୍କ ଉପରେ ଏହି ଡୋଜ୍ ଶତ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାଯାଇଛି। ଏହି ଟିକା ଆସିବା ପରେ ପିଲାଙ୍କର ସଂକ୍ରମଣ କମିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ କମ୍ପାନୀ ଏହି ଟିକାକୁ ୩,୭୩୨ ଟି ଶିଶୁଙ୍କ ଉପରେ ଟ୍ରାଏଲ କରିଥିଲା। ଏହି ପିଲାଙ୍କ ବୟସ ୧୨-୧୭ ବର୍ଷ ମଧ୍ୟରେ ଥିଲା। କମ୍ପାନୀ ଦାବି କରିଛି ଯେଉଁ ପିଲାଙ୍କ ଉପରେ ଭ୍ୟାକ୍ସିନ ଟ୍ରାଏଲ କରାଯାଇଥିଲା ସେମାନଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇନାହିଁ।