ଘର ଛାତ ଫଟେଇ ଭିତର ପଟୁ ଲଟକିଥିଲେ ୪ ବିଷଧର ସାପ, ଦେଖୁ ଦେଖୁ ବେହୋସ ହୋଇଗଲେ ପରିବାର ଲୋକ
ଆମେରିକାରେ ଏକ ପରିବାର ନୂଆ ଘରେ ପ୍ରବେଶ କରୁ କରୁ ଏମିତି ହିଁ କିଛି ଭୟଙ୍କର ଜିନିଷ ଦେଖିବାକୁ ପାଇଥିଲେ, ଯାହାକୁ ଦେଖି ସେମାନେ ଆତଙ୍କିତ ହୋଇଯାଇଥିଲେ। କାହିଁକିନା, ଘର ଛାତରେ ଲୁଚି ରହିଥିଲେ ଅନେକ ଗୁଡ଼ିଏ ବିଷଧର ସାପ।
ଖବରରୁ ଜଣାପଡିଛି, ଏଠାରେ ହ୍ୟାରୀ ପୁଗଲିସ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଓ ସାବତ ଝିଅ ସହିତ ରହୁଛନ୍ତି। ଦିନେ ଏହି ପରିବାର ଏକ ଭଡ଼ା ଘର ନେଇଥିଲେ। ସେହି ଘରେ ରହିବାର ଠିକ ମାସକ ପରେ ସେମାନେ ଘର ମାଲିକଙ୍କୁ ଛାତରୁ ପାଣି ଲିକେଜ ହେଉଥିବା ନେଇ ଅଭିଯୋଗ କରିଥିଲେ। କିନ୍ତୁ ଏହି ସମସ୍ୟାର ସମାଧାନ ବାହାରିପାରି ନ ଥିଲା।
ଏମିତି ଅନେକ ମାସ ଯିବା ପରେ ହ୍ୟାରୀ ଦେଖିବାକୁ ପାଇଲେ କି, ତାଙ୍କ ଘର ଛାତର ଭିତର ପଟୁ ୪ ଢମଣା ସାପ ଝୁଲି ରହିଛନ୍ତି। ସାପଗୁଡ଼ିକ ଲଟକି ଥିବାର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯାହାକୁ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି।
Bliss ZechmanNC9 ନାମକ ଟ୍ୱିଟର ଆକାଉଣ୍ଟରୁ ଏହି ଫଟୋ ସେୟାର କରାଯାଇଛି। ତେବେ ହ୍ୟାରୀ ଯେତେବେଳେ ଆନିମଲ କଣ୍ଟ୍ରୋଲକୁ ଫୋନ କରିଥିଲେ, ତ ସେମାନେ କହିଥିଲେ କି, ଛାତରୁ ୪ ସାପଙ୍କୁ ବାହାର କରିବା ପାଇଁ ଘର ମାଲିକଙ୍କ ଅନୁମତି ଦରକାର। ହ୍ୟାରୀଙ୍କ କହିବା ହେଲା, ତାଙ୍କ ଘର ମାଲିକ ଏ ନେଇ କିଛି ବି କରିବାକୁ ଚାହୁଁ ନ ଥିଲେ। ସେ ଏହା ବି କହିଥିଲେ ଯେ ଘର ମାଲିକ ତାଙ୍କୁ ଏକ ନିଷ୍କାସନ ନୋଟିସ ମଧ୍ୟ ପଠାଇଛନ୍ତି।
SNAKES IN THE ROOF! A LaFayette man says there are snakes in his rental home. Harry Pugliese says problems have persisted at this house on East Villanow Street since February, but the landlord won’t fix them. pic.twitter.com/ukVUOStzUm
— Bliss ZechmanNC9 (@BlissZechman) May 25, 2021