ଟିଭି ଅଭିନେତା ପର୍ଲ ଭି ପୁରୀ ହେଲେ ଗିରଫ, ନାବାଳିକା ଲଗାଇଲେ ଧର୍ଷଣ ଅଭିଯୋଗ
ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିଜ୍ର ଜଣାଶୁଣା ଅଭିନେତା ପର୍ଲ ବି ପୁରୀଙ୍କୁ ଏକ ଧର୍ଷଣ ଅଭିଯୋଗରେ ପୁଲିସ ଗିରଫ କରିଛି । ଏହି ଅଭିନେତାଙ୍କ ନାମରେ ଥିଲା ନାବାଳିକା ଧର୍ଷଣ ଅଭିଯୋଗ । ଜୁନ ୪ ତାରିଖ ରାତିରେ ପୁଲିସ ତାଙ୍କୁ ଘରୁ ଉଠାଇ ନେଇଛି ।
ଏକ ଗଣମାଧ୍ୟ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ବାଲିବ ପୁଲିସ ଟିଭି ସିରିଏଲ୍ ନାଗିନ ୩ ର ଅଭିନେତା ପର୍ଲ ବି ପୁରୀଙ୍କ ବିରୋଧରେ ପୋକୋସୋ ଦଫାରେ ଧର୍ଷଣ ଅଭିଯୋଗ ଦାୟର କରିଛନ୍ତି । ପର୍ଲଙ୍କୁ ୪ ତାରିଖ ରାତିରେ ପୁଲସ ଉଠାଇ ନେବା ପରେ ଏବେ ଜେରା କରୁଥିବା ଜଣାଯାଇଛି ।
ଏହା ଏକ ପୁରୁଣା ମାମଲା ବୋଲି ପୁଲିସ କହିଛି । ପର୍ଲ ଉକ୍ତ ନାବାଳିକାଙ୍କୁ ରୋଲ୍ ଦେବା ଲୋଭ ଦେଖାଇ ଧର୍ଷଣ କରୁଥିଲେ ବୋଲି ପୋଲିସ କହିଛି ।
ପର୍ଲ ୨୦୧୩ରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଟିଭି ସିରିଏଲ୍ ଥିଲା ‘ଦିଲ୍ କି ନଜର ସେ ଖୁବ୍ସୁରତ’ । ଏହାପରେ ପର୍ଲ ‘ନାଗାର୍ଜୁନ ଏକ ଯୋଦ୍ଧା’, ‘ବେପନାହ ପ୍ୟାର୍’,ନାଗିନ୍ ୩ ଓ ବ୍ରହ୍ମରାକ୍ଷସ ୨ ସିରିଏଲ୍ ରେ କାମ କରିଛନ୍ତି । ଏହାଛଡ଼ା କିଚିନ୍ ଚମ୍ପିଆନ ୫ ଏବଂ ଖତରା ଖତରା ଖତରା ଭଳି ଶୋରେ ମଧ୍ୟ ସେ ନଜର ଆସିଛନ୍ତି ।