ପୁଅ ପାଇଁ ଫ୍ରାଏଡ ଚିକେନ୍ ମଗାଇଥିଲେ ମହିଳା, ଖାଇବା ପୂର୍ବରୁ ଖୋଲିଗଲା ରାଜ, ଦେଖନ୍ତୁ ଆଶ୍ଚର୍ଯ୍ୟ କଲା ଭଳି Video

ବାହାରୁ ଖାଦ୍ୟ ମଗାଇବା ଆଜିକାଲି ବହୁତ ସାଧାରଣ କଥା ହୋଇଗଲାଣି। ଏମିତି ଅନେକ ଆପ୍ସ ଏବଂ ୱେବସାଇଟ ରହିଛି, ଯାହା ସାହଯ୍ୟରେ ଡିସକାଉଣ୍ଟରେ ଖାଦ୍ୟ ଅର୍ଡର କରାଯାଇ ପାରିବ। ଫିଲିପାଇନ୍ସର ଜଣେ ମହିଳାଙ୍କ ଭିଡିଓ ଏବେ ଖୁବ ଭାଇରଲ ହେଉଛି, ଯେଉଁଠି ତାଙ୍କ ସହିତ ଏକ ଅଜବ ଘଟଣା ଘଟିଛି।

Alique Perez ନାମ୍ନୀ ଏହି ମହିଳା ଜଣକ ନିଜ ପୁଅ ପାଇଁ ଫ୍ରାଏଡ ଚିକେନ ଅର୍ଡର କରିଥିଲେ। ତେବେ ଖାଦ୍ୟ ଡେଲିଭର ହେବା ପରେ ମହିଳା ଯେତେବେଳେ ପୁଅକୁ ଖୁଆଇବା ପାଇଁ ଚିକେନ୍ ଖଣ୍ଡକୁ ଭାଙ୍ଗିବାକୁ ଚାହିଁଥିଲେ, ତ ତାହା ବହୁତ ଟାଣ ଲାଗିଥିଲା। ପରେ ମହିଳା ନିଜ ହାତରେ ଏହାକୁ ଭାଙ୍ଗି ଦେଖିଲା ବେଳକୁ ଚିକେନର ରାଜ ଖୋଲିଯାଇଥିଲା।

ଏହା ଦେଖି ମହିଳା ଜଣକ ଏକଦମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ, ପ୍ୟାକେଟରେ ଚିକେନ ବଦଳରେ ଏକ ଟାୱେଲକୁ ଫ୍ରାଏ କରି ପଠାଇ ଦିଆଯାଇଥିଲା, ଯାହାକି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଶେଷ ପର୍ଯ୍ୟନ୍ତ ମହିଳା ଭାବି ପାରୁ ନ ଥିଲେ କି, ଟାୱେଲରେ ବଟର ମାରିବା ପରେ ଫ୍ରାଏ କିଏ କରିଛି।

Leave A Reply

Your email address will not be published.