ପଶ୍ଚିମବଙ୍ଗରେ ମଧ୍ୟରାତ୍ରିରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ: ୨୬ ମୃତ, ଶୋକ ବ୍ଯକ୍ତ କଲେ ମୋଦି ଏବଂ ଶାହା

ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ମଧ୍ୟରାତ୍ରିରେ ପ୍ରବଳ ବର୍ଷା ପବନ ଓ ବଜ୍ରପାତ ଯୋଗୁଁ ୨୬ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟର ୩ ଜିଲ୍ଲାରେ ସୋମବାର ବଜ୍ରପାତରେ ୨୬ ମୃତ୍ୟୁବରଣ କରିଥିବା ବେଳେ ୧୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁର୍ଶିଦାବାଦର ୯ ଏବଂ ହୁଗଳୀରେ ୧୧ ଜଣ ଲେଖାଁଏ ମୃତ୍ୟୁବରଣ କରିଥିବା ବେଳେ ମେଦିନପୁର ଜିଲ୍ଲାରେ ୨ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ଏଭଳି ଏକ ଦୁଃଖଦ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

ମୋଦି ଟ୍ବିଟ୍‌ରରେ ଲେଖିଛନ୍ତି, ‘ପଶ୍ଚିମବଙ୍ଗର କିଛି ସ୍ଥାନରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।’ ଏହା ସହିତ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଁଏ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ମୁର୍ଶିଦାବାଦରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଜଙ୍ଗିପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.