ଅଟୋ ଡ୍ରାଇଭରଙ୍କ ମହାନତା: ଯାତ୍ରୀଙ୍କୁ ଫେରାଇଲେ ୭ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା

ସମ୍ବଲପୁର: ଅଟୋ ଡ୍ରାଇଭରଙ୍କ ମହାନତା। ଯାତ୍ରୀଙ୍କୁ ଫେରାଇଲେ ୭ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା। ଏପରି ମାନବିକତାର ଚିତ୍ର ଆସିଛି ସମ୍ବଲପୁର କ୍ଷତରାଜପୁର ରେଲେଓ୍ଵ ଷ୍ଟେସନରୁ।

ରବିବାର ସନ୍ଧ୍ୟାରେ ନାଗାବଳି ଏକ୍ସପ୍ରେସରୁ ଓହ୍ଲାଇଥିଲେ ଟିଟାଲାଗଡ଼ ସହର ବ୍ଲକପଡାର ଦମ୍ପତ୍ତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତ ବେହେରା। ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡ଼ା କରି ରେମେଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ଯାଇଥିଲେ।

ମହମ୍ମଦ ସେମାନଙ୍କୁ ଛାଡି ଘରକୁ ଫେରିଥିଲେ। ବାଟରେ ମଧ୍ୟ ଆଉ କିଛି ଯାତ୍ରୀଙ୍କୁ ସେ ନିଜ ଅଟୋରେ ନେଇଥିଲେ। ଘରକୁ ଫେରିବା ପରେ ଗାଡ଼ିରେ ଥିବା ବ୍ୟାଗକୁ ଦେଖି ସେ ଦମ୍ପତ୍ତିଙ୍କୁ ଯୋଗାଯୋଗ କରିଥିଲେ। ଦମ୍ପତ୍ତିଙ୍କୁ ଭେଟି ସେ ସମସ୍ତ ସୁନା ଗହଣା ବ୍ୟାଗ ଫେରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.