ଦିନକ ପରେ ସାବିତ୍ରୀ ବ୍ରତ, ଫଳ ଦୋକାନରେ ହାତ ମାରିବା କଷ୍ଟ

ଭୁବନେଶ୍ବର: ଦିନକ ପରେ ସାବିତ୍ରୀ ବ୍ରତ। ସ୍ୱାମୀର ମଙ୍ଗଳ ମନାସି ଓ ଦୀର୍ଘାୟୁ କାମନା କରି ବ୍ରତ ରଖିବେ ସଧବା ନାରୀ। ଏପଟେ ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ରହିଛି ଫଳ ଦୋକାନ। ଆଉ ଯାହା କିଛି ବି ଫଳ ଦୋକାନ ଖୋଲିଛି ସେଠାରେ ହାତ ମାରିବା କଷ୍ଟକର।

ପୂର୍ବ ଅପେକ୍ଷା ୫ ରୁ ୧୦ ଟଙ୍କା ବଢିଛି ଫଳ ଦର। ଆମ୍ବ, କଦଳୀ, ସେଉ, ପଣସ, ଲିଚୁ , କମଳା ଓ ଅଙ୍ଗୁର। ସବୁ ଫଳ ଦର ଉଚ୍ଚା। ଆମ୍ବ କିଲୋ ୭୦ରୁ ୮୦ ଥିବାବେଳେ ସେଉ କିଲୋ ୨୦୦ରୁ ୨୬୦, ଡାଳିମ୍ବ ୧୫୦ରୁ ୧୮୦, କମଳା ୨୦୦ , ଲିଚୁ ୧୮୦ ଓ ସପୁରୀ ଗୋଟା ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ସେପଟେ ଲକ୍‌ଡାଉନ୍‌ ସମୟରେ ଯାନବାହାନ ଚଳାଚଳ କମିଥିବାରୁ ଫଳ ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.