ସୋଏବଙ୍କ ପରେ ପୁଣି ଏହି ଷ୍ଟାର ଖେଳାଳି ସାଜିବେ ଭାରତୀୟ ଜ୍ବାଇଁ, ଧରିବେ ବିନୀ ରମନଙ୍କ ହାତ

ଖୁବଶୀଘ୍ର ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ଟିମ୍‌ ଷ୍ଟାର ଖେଳାଳି ଗ୍ଲେନ୍‌ ମାକ୍ସଓ୍ବେଲ। ପୂର୍ବରୁ ପାକିସ୍ତାନ ଖେଳାଳି ସୋଏବ ମଲ୍ଲିକ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରି ଭାରତୀୟ ଜ୍ବାଇଁ ହୋଇଥିବା ବେଳେ ଏବେ ମାକ୍ସୱେଲ ଭାରତୀୟ ଜ୍ବାଇଁ ହେବାକୁ ଯାଉଛନ୍ତି। ଗତବର୍ଷ ଗ୍ଲେନ୍‌ ମାକ୍ସଓ୍ବେଲ ମୂଳ ଭାରତୀୟ ବିନୀ ରମନଙ୍କ ସହିତ ଭାରତୀୟ ରୀତିନିତୀ ଅନୁଯାୟୀ ନିର୍ବନ୍ଧ ହୋଇଥିଲା।

ଗତବର୍ଷ ମାକ୍ସଓ୍ବେଲ ଓ ବିନୀ ରମନଙ୍କ ନିର୍ବନ୍ଧରେ କିଛି ସାଙ୍ଗ ଓ ପରିବାର ପରିଜନ ସାମିଲ ହୋଇଥିଲେ। ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ମାକ୍ସଓ୍ବେଲ ଓ ବିନୀ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅର୍ଥାତ୍‌ ଅଷ୍ଟ୍ରେଲିଆର ଏହି ଖେଳାଳି ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି।

ବିନୀ ରମନଙ୍କୁ ବିବାହ କଲା ପରେ ମାକ୍ସଓ୍ବେଲ ଶନ୍‌ ଟେଟଙ୍କ ପରେ ଦ୍ବିତୀୟ ଅଷ୍ଟ୍ରେଲିଆ ଖେଳାଳି ହେବେ ଯିଏ ଭାରତ ବଂଶୋଦ୍ଭବଙ୍କୁ ବିବାହ କରିବେ। ୨୦୧୪ ମସିହାରେ ଶନ୍‌ ଟେଟ ମୂଳ ଭାରତୀୟ ମାସୁମ ସିଂଘାଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ ଦୁହେଁ ଆଇପିଏଲ ପାର୍ଟିରେ ଦେଖା ହୋଇଥିଲେ। ପରେ ଦୁହେଁ ରିଲେସନପିପ୍‌ରେ ଥିଲେ ଓ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.