ବ୍ରେନ ଟ୍ଯୁମର ପ୍ରାରମ୍ଭିକ ଲକ୍ଷଣ କ’ଣ, ଆପଣ ଜାଣନ୍ତି କି ?

ପ୍ରତିବର୍ଷ ଜୁନ ୮ ତାରିଖ ଦିନକୁ ୱାଲର୍ଡ ବ୍ରେନ ଟ୍ଯୁମର ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଟ୍ଯୁମର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା କରିବା ପ୍ରଥମ ପ୍ରୟାସ ହୋଇଥାଏ।

ଏହି ରୋଗ ମସ୍ତିଷ୍କର କୋଷିକାଗୁଡିକ ଅନିୟନ୍ତ୍ରିତ ଭାବେ ବଢିବାରୁ ଲୋକିଥାଏ। ଏମିତି ଲୋକଙ୍କର ଅନେକ ସମସ୍ଯା ଦେଖିବାକୁ ମିଳିଥାଏ। ବ୍ରେନ ଟ୍ଯୁମର ଦିବସ ପ୍ରଥମେ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା। ଜର୍ମାନ ବ୍ରେନ ଟ୍ଯୁମର ଆସୋସିଏସନ ପକ୍ଷରୁ ଏହିଦିନର ଆରମ୍ଭ କରାଯାଇଥିଲା।

ତେବେ ଆସନ୍ତୁ ଜାଣିବା ବ୍ରେନ ଟ୍ଯୁମର ହେବାର ପ୍ରାରମ୍ଭିକ ଲକ୍ଷଣ କ’ଣ ?

– ବ୍ରେନ ଟ୍ଯୁମର ହେଲେ ଅନେକ ପ୍ରକାର ସମସ୍ଯା ଦେଖାଦିଏ। ପ୍ରଥମେ ମୁଣ୍ଡର ଗୋଟେ ଅଂଶରେ ଯନ୍ତ୍ରଣା ହେବା। ଏହି ଯନ୍ତ୍ରଣା ଭାଗ ଭାଗ ହୋଇ ହୋଇଥାଏ।

– ଧୀରେ ଧୀରେ ଏହି ଯନ୍ତ୍ରଣା ଅଧିକ ସମୟ ପର୍ଯ୍ଯନ୍ତ ହୋଇଥାଏ ଏବଂ ଜୋରରେ ଯନ୍ତ୍ରଣା ହୋଇଥାଏ।

– ଶରୀରରରେ ବିନା କୌଣସି କାରଣରେ କମ୍ପନ ହୋଇଥାଏ।

– ଶରୀରର ବିଭିନ୍ନ ଅଙ୍ଗର ସନ୍ତୁଳନ ରଖିବା ପାଇଁ ସମସ୍ଯା ଦେଖାଦିଏ।

tumor

– ମୁଣ୍ଡବିନ୍ଧା ବହୁତ ଜୋରରେ ହୋଇଥାଏ। ଔଷଧ ଖାଇଲେ ସୁଦ୍ଧା ଭଲ ହୁଏ ନାହିଁ।

– ବିନା କୌଣସି କାରଣରେ ବାନ୍ତି ହେବା ଏବଂ ବିଚଳିତ ଲାଗିବା।

– କହିବା ଏବଂ ଶୁଣିବାରେ ସମସ୍ଯା ଦେଖାଯିବା।

– ବ୍ରେନ ଟ୍ଯୁମର ହେଲେ ମାଂସପେଶୀରେ ଗଣ୍ଠି ଭଳି ଅନୁଭୂତ ହୁଏ। ଏହାଛଡା ମଣିଷ ବେହୋସ ମଧ୍ୟ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.