ଜାତୀୟ କବାଡ଼ି ଖେଳାଳି ଏବେ ସ୍ୱିଗିରେ ଡେଲିଭରି ବୟ

କଟକ: ଜାତୀୟ କବାଡ଼ି ଖେଳାଳି ହେଲେ ସ୍ୱିଗି ଡେଲିଭରି ବୟ। କବାଡି ଖେଳରେ ୧୫ବର୍ଷ କ୍ୟାରିୟରରେ ଜୁନିୟର, ସିନିୟରକୁ ମିଶାଇ ୭ଥର ଜାତୀୟ ଚାମ୍ପିୟନସିପ୍ ଖେଳିଛନ୍ତି କଟକର କେ ମାଧବ ରାଓ। ଓଡ଼ିଶା ଜର୍ସିରେ ମଇଦାନରେ କବାଡ଼ି ଖେଳି ବହୁ ଖେଳାଳିଙ୍କୁ ଧୂଳି ଚଟାଇଛନ୍ତି।
ମାତ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ମାଧବଙ୍କୁ ଚାକିରୀଟିଏ ମିଳୁନି। ତେଣୁ ସେ ସ୍ୱିଗିର ଡେଲିଭରି ବୟେ ଭାବେ କାମ କରୁଛନ୍ତି। ତାଙ୍କ ପୈତୃକ ଘର ଆନ୍ଧ୍ରପ୍ରଦେଶ ହୋଇଥିବାବେଳେ ଜେଜେବାପାଙ୍କ ଅମଳରୁ ସେ ପରିବାର ସହ କଟକରେ ରହୁଛନ୍ତି। ଲକଡାଉନ କାରଣରୁ ଚଳିବାକୁ କଷ୍ଟ ହେବାରୁ ସ୍ୱିଗିରେ ଡେଲିଭରି ବୟେ ଭାବେ କାମ କରିବା ଆରମ୍ଭ କରିଥିବା କହିଛନ୍ତି ମାଧବ।