ଭାଇରାଲ ହେଲା ଗଛରେ ଝୁଲୁଥିବା ଏହି କଣ୍ଢେଇର ପୋଷ୍ଟ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଅଷ୍ଟ୍ରେଲିଆର ଉତ୍ତରରେ ଥିବା କୁଇନ୍ସଲ୍ୟାଣ୍ଡରୁ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ହୁଏତ ଆପଣ ଭୟ କରିବେ । ଅଷ୍ଟ୍ରେଲିଆର ଉତ୍ତରରେ ଥିବା କୁଇନ୍ସଲ୍ୟାଣ୍ଡରେ ଏକ ଗୁଡ଼ିଆ ବା କଣ୍ଢେଇକଚ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଲୋକେ ଭୟଭୀତ ଅଛନ୍ତି । ଏଠାରେ ଥିବା ନଦୀ କୂଳର ଏକ ଗଛରେ ଥିବା ଦୋଳିରେ କଣ୍ଢେଇ ଝୁଲୁଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବିକ, ଏଠାରେ ଲୋକଙ୍କ ବିଶ୍ୱାସ ରହିଛି ଯେ, ଏହି କଣ୍ଢେଇ ପାଖ ଦେଇ ଯିଏ ଯିବାକୁ ଚେଷ୍ଟା କରେ ତାର ଖରାପ ସମୟ ଆସିଯାଏ । ଏହାକୁ ଦେଖିବା ପରେ ଲୋକଙ୍କର ଆକ୍ସିଡେଣ୍ଟମଧ୍ୟ ହେଉଛି । Hinchinbrook ର ସାଂସଦ Nick Damettoଙ୍କ କହିବା ଅନୁଯାୟୀ, ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଏ ଗୁଡ଼ିଆ ବା କଣ୍ଢେଇ ସମ୍ପର୍କରେ ଜାଣିଛନ୍ତି । କିନ୍ତୁ ଏହି ବିଷୟରେ ସେମାନେ କୌଣସି ଆଲୋଚନା କରିବାକୁ ଚାହୁଁନାହାନ୍ତି ।

tp9irub
pc: Navbharat times

ସାଂସଦଙ୍କ କହିବା ଅନୁଯାୟୀ, ଏଠାକୁ କଣ୍ଢେଇ କିପରି ଆସିଲା ସେ ସମ୍ପର୍କରେ କିଛି ବି ତଥ୍ୟ ଏବେ ସାମ୍ନାକୁ ଆସିନି । ମାଛ ଧରାଳିଙ୍କ କହିବା ଅନୁଯାୟୀ, ଏସମ୍ପର୍କରେ କେବଳ ସ୍ଥାନୀୟ ଲୋକମାନେ ଜାଣିଛନ୍ତି । ତେବେ ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଏହାକୁ ଅଶୁଭ ମନେ କରି ଏହା ପାଖକୁ କେହିବି ଯିବାକୁ ଚାହୁଁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.