ରବିବାର ଦିନ କରନ୍ତୁ ଏହି ସବୁ କାର୍ଯ୍ୟ, ଭାଗ୍ୟର ସହଯୋଗ ମିଳିବ ଏବଂ ସମସ୍ତ ଦୁଖ କଷ୍ଟ ମଧ୍ୟ ଦୂର ହେବ

ହିନ୍ଦୁ ପୁରାଣ ଅନୁସାରେ ସୂର୍ଯ୍ୟ ଦେବତାଙ୍କ ମହତ୍ତ୍ୱ ଅଧିକ ରହିଛି । ମାନ୍ୟତା ଅନୁସାରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଅନ୍ୟ ଗ୍ରହ ନକ୍ଷେତ୍ର ଅପେକ୍ଷା ସର୍ବଦା ଅଗ୍ରୀଣ ଓ ପୂଜ୍ୟନୀୟ ଅଟନ୍ତି । ସୂର୍ଯ୍ୟଙ୍କ ପ୍ରକାଶ ସର୍ବଦା ବ୍ୟକ୍ତିର ପଥକୁ ଆଲୋକିତ ହୋଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ପ୍ରାତଃ ଉଠି ଗାଧୋଇ ସାରିବା ପରେ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ୍ । ଏହା ବ୍ୟକ୍ତିର ସର୍ଵ ପ୍ରଥମ କାର୍ଯ୍ୟ ଅଟେ । ଏହା କରିବା ଦ୍ୱାରା ଆମକୁ ନା କେବଳ ଶାରୀରିକ ବରଂ ମାନସିକ ଶାନ୍ତି ମଧ୍ୟ ମିଳିଥାଏ, କିନ୍ତୁ ଯଦି କୌଣସି କାରଣ ବଶତଃ ଆପଣ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପାରୁନାହାନ୍ତି; ତେବେ ପ୍ରତି ରବିବାର ଦିନ ଜଳ ଅର୍ପଣ କଲେ ବିଶେଷ ଲାଭ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କୁ ଛୋଟ ଛୋଟ କଥାରେ କ୍ରୋଧ ଆସିଥାଏ କିମ୍ବା ଯେଉଁମାନେ ନିଜର କ୍ରୋଧକୁ ନିୟନ୍ତ୍ରଣ କରି ପାରୁନାହାନ୍ତି, ସେମାନଙ୍କୁ ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଉଚିତ୍ ।

ଯେଉଁମାନେ ପ୍ରତିଦିନ ଏହିପରି କରିଥାନ୍ତି ସେମାନେ ଅହଂ, କ୍ରୋଧ, ଲୋଭ, ଇଛା, ବିଶ୍ୱାସଘାତକ ଏବଂ ଅନ୍ୟ ଖରାପ ବିଚାରରୁ ସର୍ବଦା ପାଇଁ ମୁକ୍ତି ପାଇପାରିବେ । ବିଶେଷ ରୂପରେ ସୂର୍ଯ୍ୟଦେବଙ୍କ କୃପା ସେହି ବ୍ୟକ୍ତିଙ୍କ ଉପରେ ବଜାୟ ରହିବ । ଏହା ସଙ୍ଗେ ସଙ୍ଗେ ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କୁ ସେମାନଙ୍କ ଭାଗ୍ୟର ସହଯୋଗ ମିଳେ ନାହିଁ । ସେମାନେ ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ଭାଗ୍ୟରେଖାରେ ପରିବର୍ତ୍ତନ ଆସିଥାଏ ।

ଧଳା ଗାଈକୁ ରୁଟି ସହିତ ଗୁଡ ଖାଇବାକୁ ଦିଅନ୍ତୁ :

ରବିବାର ଦିନ ଧଳା ରଙ୍ଗର ଗାଈକୁ ଗୁଡ ସହିତ ରୁଟି ମିଶାଇ ଖାଇବାକୁ ଦିଅନ୍ତୁ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହିପରି ମାନ୍ୟତା ରହିଛି ଯେ, ଯଦି ଆପଣ ସୂର୍ଯ୍ୟଦେବଙ୍କ ଜ୍ୟୋତି ଅର୍ଥାତ କିରଣରେ ଯେକୌଣସି ଧଳା ଗାଈକୁ ଗୁଡ ସହିତ ରୁଟି ଖୁଆଇ ଦେଉଛନ୍ତି ତେବେ ଆପଣଙ୍କ ଉପରେ ପଡିଥିବା ଖରାପ ନଜର, ଗ୍ରହ ଦୋଷ ଦୂର ହୋଇ ଆପଣଙ୍କ ଭାଗ୍ୟ ଚମକି ଉଠିବ । ଯେତେବେଳେ ଆପଣ ଗାଈ ମୁହଁରେ ରୁଟି ଦେଉଛନ୍ତି ସେହି ସମୟରେ “ଓମ୍ ସୂର୍ଯ୍ୟାୟ ନମଃ” କହିବାକୁ ଭୁଲାନ୍ତୁ ନାହିଁ । ଏହି ଉପାୟକୁ ଆପଣଙ୍କ ନିୟମିତ ୩ ସପ୍ତାହ କରନ୍ତୁ ।

ଘୋଡାକୁ ଘାସ ଖାଇବାକୁ ଦିଅନ୍ତୁ :

ଯେମିତି କି ଆପଣମାନେ ଜାଣିଥିବେ ଘୋଡ଼ା ସୂର୍ଯ୍ୟ ଦେବଙ୍କ ରଥକୁ ଟାଣିବାର କାମ କରିଥାଏ । ଏଥିପାଇଁ ଏହାକୁ ଅଶ୍ୱରଥ ମଧ୍ୟ କୁହାଯାଏ । ସୂର୍ଯ୍ୟ ଦେବଙ୍କ ପୌରାଣିକ ଫଟୋରେ ଆପଣଙ୍କୁ ସାତଟି ଘୋଡ଼ା ତାଙ୍କର ଏହି ଅଶ୍ୱରଥକୁ ଟାଣିବାର ନଜର ଆସିଯିବେ । ଏହି କାରଣ ପାଇଁ ଆପଣ ଯେତେବେଳେ ରବିବାର ଦିନ କୌଣସି ଘୋଡାକୁ ଘାସ ଖାଇବାକୁ ଦିଅନ୍ତି; ସେତେବେଳେ ଏହାଦ୍ଵାରା ଆପଣଙ୍କର ଭାଗ୍ୟ ଚମକି ଉଠିଥାଏ । କେବଳ ଗୋଟିଏ କଥାର ଧ୍ୟାନ ରଖନ୍ତୁ କି ଏହି ଘାସ ମଧ୍ୟ ଆପଣ ଘୋଡାକୁ ସୂର୍ଯ୍ୟଦେବଙ୍କ ରଶ୍ମିର କିରଣରେ ହିଁ ଖାଇବାକୁ ଦିଅନ୍ତୁ । ଘୋଡାକୁ ଘାସ ଖାଇବା ପାଇଁ ଦେବା ଦ୍ଵାରା ଆପଣଙ୍କ ସମସ୍ତ ବାଧାବିଘ୍ନ୍ନ ଶେଷ ହୋଇଥାଏ ।

ଧଳା ବସ୍ତ୍ର ଦାନ କରିବା :

ରବିବାର ଦିନ ଧଳା ରଙ୍ଗର ବସ୍ତ୍ର ଦାନ କରିବା ଦ୍ଵାରା ଯେଉଁ ବ୍ୟକ୍ତିମାନଙ୍କ ଗ୍ରହ ଦୋଷ ରହିଥାଏ, ସେଥିରୁ ମୁକ୍ତି ମିଳିଥାଏ । ଧଳା ବସ୍ତ୍ର ଦାନ କରିବା ଦ୍ଵାରା ସୂର୍ଯ୍ୟଦେବ ଆପଣଙ୍କ ଭୁଲକୁ କ୍ଷମା କରିଦିଅନ୍ତି । ଯାହାଫଳରେ ଆପଣଙ୍କୁ ପୁନଶ୍ଚ ଗୋଟିଏ ଭଲ ମଣିଷ ହୋଇ ବଞ୍ଚିବାର ଅବସର ମିଳିଥାଏ । ଏହି ଧଳା ବସ୍ତ୍ର ଆପଣ କେଉଁ ଗରିବ କିମ୍ବା ବ୍ରାହ୍ମଣକୁ ଦାନ କରିପାରିବେ । କିନ୍ତୁ ମନେ ରଖନ୍ତୁ ସୂର୍ଯ୍ୟୋଦୟ ସମୟରେ ହିଁ ଏହି ଦାନ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କୁ ବିଶେଷ ଲାଭ ହୋଇଥାଏ ।

ସୂର୍ଯ୍ୟଦେବଙ୍କୁ ସ୍ଵତନ୍ତ୍ର ଜଳ :

ରବିବାର ଦିନ ଯେତେବେଳେ ମଧ୍ୟ ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେ, ତେବେ ସେଥିରେ କିଛି କ୍ଷୀର ପକାଇ ଦିଅନ୍ତୁ ଏବଂ ଏହା ସହିତ ଗେଣ୍ଡୁ ଫୁଲଟିଏ ମଧ୍ୟ ରଖି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ସୂର୍ଯ୍ୟ ଦେବଙ୍କର ଆଶୀର୍ବାଦ ଶୀଘ୍ର ପ୍ରାପ୍ତି ହେବ ଏବଂ ସେ ଆପଣଙ୍କ ଦୁଖଃ କଷ୍ଟ ଦୂର କରିଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.