ଜାଣନ୍ତୁ ଆଜି ରାଜ୍ୟରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ଏମିତିରେ ତ ଲୋକଙ୍କୁ କନ୍ଦାଉଛି । ସରକାର ସେପଟେ ଏଥିରୁ ପ୍ରବଳ ରାଜସ୍ୱ ଆୟ କରୁଥିବା ବେଳେ ଖାଉଟିଙ୍କ ଅବସ୍ଥା ଏପଟେ ବେହାଲ । ଆମ ରାଜ୍ୟରେ ଅବସ୍ଥା ମଧ୍ୟ ସମାନ । ଗତକାଲି ତୁଳନାରେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ମାତ୍ର ୧ ପଇସା କମିଛି । ଗତକାଲି ଏହା ୯୮ ଟଙ୍କା ୨୭ ପଇସା ଥିବା ବେଳେ ଆଜିର ଦର ରହିଛି ୯୮ ଟଙ୍କା ୨୬ ପଇସା ।
ସେହିପରି ଡିଜେଲ ଲିଟରକୁ ଆଜିର ଦାମ ହେଉଛି ୯୬ ଟଙ୍କା ୧୪ ପଇସା । ଯାହା ଗତକାଲି ଠାରୁ ୧ ପଇସା କମ୍‌ ।

 

Leave A Reply

Your email address will not be published.