ଜାପାନ: ଯୁବତୀଙ୍କ ମୃତଦେହ ଭାବି ପାଣିରୁ ଉଦ୍ଧାର କଲା ରେସ୍କ୍ୟୁ ଟିମ୍, ହେଲେ ଏ କ’ଣ, ବାହାରକୁ ଆସିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ!
ଜାପାନର ହାକିନୋହେ ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ପାଣିରେ ବୁଡ଼ି ଯାଇଥିବା ନେଇ ଯେତେବେଳେ ଜରୁରିକାଳୀନ ସେବାକୁ ଖବର ଦିଆଯାଇଥିଲା, ତ ସେହି ସମୟରେ ଉଦ୍ଧାରକାରୀ ଦଳ ସହିତ ପୋଲିସ ଓ ଆମ୍ବୁଲାନ୍ସ ତରବରିଆ ଭାବେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସଙ୍ଗେ ସଙ୍ଗେ ରେସ୍କ୍ୟୁ ଟିମ୍ ଯୁବତୀଙ୍କୁ ପାଣିରୁ ଉଦ୍ଧାର କରିଥିଲା, ହେଲେ ଉଦ୍ଧାର ପରେ ଯାହା ଦେଖିବାକୁ ମିଳିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପାଣିରେ ଭାସୁଥିବା ମୃତଦେହକୁ ଦେଖି ଏମିତି ଲାଗୁଥିଲା, ଯେପରି ସେ ଜଣେ ଯୁବତୀ। କିନ୍ତୁ ଯେତେବେଳେ ଏହାକୁ ବାହାରକୁ ଅଣାଯାଇଥିଲା, ତ ଜଣାପଡ଼ିଥିଲା କି ଏହା ରବରର ଏକ ସେକ୍ସ ଡଲ୍। ଜାପାନରେ ସେକ୍ସ ଡଲ୍ସ ବହୁତ ଲୋକପ୍ରିୟ। ଏହାକୁ ‘ଡଚ୍ ଓ୍ଵାଇଫ୍’ ମଧ୍ୟ କୁହାଯାଇଥାଏ। ଦେଶରେ ପ୍ରତ୍ୟେକ ବର୍ଷ ପାଖାପାଖି ୨୦୦୦ ସେକ୍ସ ଡଲ୍ସ ବିକ୍ରି ହୋଇଥାଏ, ଯାହାର ମୂଲ୍ୟ ୬୦୦୦ ଡଲାର ଅର୍ଥାତ୍ ପାଖାପାଖି ୪.୪୫ ଲକ୍ଷ ଟଙ୍କା।
ତେବେ ଘଟଣା ସମ୍ପର୍କରେ ଜାପାନୀ ୟୁଟ୍ୟୁବର ତନାକା ନାତ୍ସୁକୀ ଟ୍ଵିଟରରେ ଲେଖିଛନ୍ତି କି, ‘ଯେତେବେଳେ ମୁଁ ମୋର ଫିଶିଙ୍ଗ ଭିଡିଓ ଶୁଟ୍ କରୁଥିଲି, ସେହି ସମୟରେ ମୋତେ ଲାଗିଥିଲା କି, କୌଣସି ମୃତଦେହ ପାଣିରେ ଭାସିକି ଚାଲି ଆସିଛି। କିନ୍ତୁ ଏହା ଏକ ‘ଡଚ୍ ଓ୍ଵାଇଫ୍’ ବାହାରିଥିଲା। ଖବର ପାଇ ପୋଲିସ, ଫାୟର ଟ୍ରକ ଓ ଆମ୍ବୁଲାନ୍ସ ପହଞ୍ଚି ଏହାକୁ ପାଣିରୁ ବାହାର କରିଥିଲେ’।