Below header

Telegramରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଭିଡିଓ କଲିଙ୍ଗ ସପୋର୍ଟ, ୟୁଜର୍ସ ମାନେ ଏମିତି କରିପାରିବେ ବ୍ୟବହାର

ଲମ୍ବା ସମୟର ବ୍ୟବଧାନ ପରେ ସୋସିଆଲ ମିଡ଼ିଆ ଇନ୍ଷ୍ଟଣ୍ଟ ମେସେଜିଙ୍ଗ ଆପ ଟେଲିଗ୍ରାମ ଗ୍ରୁପ ଭିଡିଓ କଲିଙ୍ଗ ଫିଚର ଲଞ୍ଚ କରିଛି । ଗତ ବର୍ଷ ଠାରୁ ହିଁ ଏହି ଫିଚର ନେଇ ଚର୍ଚ୍ଚା ହୋଇଆସୁଛି । ଟେଲିଗ୍ରାମର ଏହି ଫିଚରର ଫାଇଦା ମୋବାଇଲ ଓ ଡେସ୍କଟପ ୟୁଜର୍ସ ମାନେ ନେଇ ପାରିବେ । ଟେଲିଗ୍ରାମର ଗ୍ରୁପ ଭିଡିଓ କଲିଙ୍ଗର ଟକ୍କର ଫେସବୁକ ମେସେଞ୍ଜର, ହ୍ୱାଟ୍ସଅପ ଓ ଆପଲ ଫେସଟାଇମ ସହ ହେବ ବୋଲି ଜଣାଯାଇଛି । Telegram ଗ୍ରୁପ ଭିଡିଓ କଲରେ ୟୁଜର୍ସଙ୍କୁ ଆନିମେଟେଡ଼ ବ୍ୟାକ ଗ୍ରାଉଣ୍ଡ ସମେତ ଅନିମେଟଡ଼ ଇମୋଜିର ସପୋର୍ଟ ବି ମିଳିପାରିବ । ଆଉ ଏହି ନୂଆ ଅପଡେଟରେ ସ୍ପେଶାଲ ମେନୁ ବି ଉପଲବ୍ଧ ହେବ ।

Telegramର ଏହି ନୂଆ ଅପଡ଼େଟରେ ଆଉ ଏକ ଫିଚରରେ ଗ୍ରୁପ ଅଡିଓ କଲକୁ ବି ଭିଡିଓ କଲରେ କନଭର୍ଟ କରାଯାଇପାରିବ । ଏଥିପାଇଁ ୟୁଜର୍ସ ମାନେ କ୍ୟାମେରା ଆଇକନ ଉପରେ କ୍ଲିକ କରିବ । ଭିଡିଓ କଲ ଆରମ୍ଭ ହେବା ପରେ କୌଣସି ଏକ ଗ୍ରୁପ ମେମ୍ବରଙ୍କୁ ପିନ କରାଯାଇପାରିବ । ପିନ କରିବା ପରେ ମେମ୍ବରଙ୍କ ଭିଡିଓ ଆପଣଙ୍କ ଫ୍ରଣ୍ଟରେ ଦେଖାଦେବ ।

ଟ୍ୟାବଲେଟ ଓ ଡେସ୍କଟପ ୟୁଜର୍ସ ମାନଙ୍କୁ ଭିଡିଓ କଲ ପାଇଁ ସ୍ପେଶାଲ ସପୋର୍ଟ ମିଳିବ । ଯେଉଁଥି ପାଇଁ ସପ୍ଲିଟ ସ୍କ୍ରିନକୁ ଡିଜାଇନ କରାଯାଇଛି ।ଡେସ୍କଟପ ୟୁଜର୍ସ ମାନେ କୌଣସି ଏକ ପ୍ରୋଗ୍ରାମର ସ୍କ୍ରିନ ଖୁବ ସହଜରେ ସେୟାର କରିପାରିବେ । କହିରଖିବା ଉଚିତ ହେବକି, ଏବେ ଯାଏଁ ଗ୍ରୁପ ଭଏସ କଲରେ ଅତିବେଶୀରେ ୩୦ ଜଣଙ୍କୁ ଆଡ କରାଯାଇ ପାରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.