ନିଜର ମୃତ୍ୟୁ ଖବର ଶୁଣି ଅଭିନେତା ଦେଲେ କିଛି ଏମିତି ରିଆକ୍ସନ, ପୋଷ୍ଟ ହେଲା ଭାଇରାଲ
ତାମିଲ ସିନେମାର ଅନେକ ନାମୀଦାମୀ କଳାକାର ଅଛନ୍ତି। ସେମାନଙ୍କ ମଧ୍ୟରୁ ସିଦ୍ଧାର୍ଥ ହେଉଛନ୍ତି ଅନ୍ୟତମ। ତାମିଲର Kadhalil Sodhappuvadhu Yeppadi, Jigarthanda ଏବଂ Sivappu Manjal Pachai ସିନେମାରେ ସେ କାମ କରିଛନ୍ତି। ଏହାପରେ “ରଙ୍ଗ ଦେ ବସନ୍ତି” ଜରିଆରେ ସେ ବଲିଡଡ଼ରେ ପାଦ ଥାପିଥିଲେ। ଏହି ଫିଲ୍ମରେ ସେ ଅମିର ଖାନଙ୍କ ସହ ସ୍କ୍ରିନ ସେୟାର କରିଥିଲେ। ଏହା ଏକ ଦେଶାତ୍ମକ ବୋଧକ ଫିଲ୍ମ ଥିଲା। ଏଥିରେ ସିଦ୍ଧାର୍ଥ ଭଗତ ସିଂଙ୍କ ରୋଲ ନିର୍ବାହ କରିଥିଲେ।
ତେବେ ନିକଟ ଅତୀତରେ ସିଦ୍ଧାର୍ଥଙ୍କୁ ନେଇ ୟୁଟ୍ୟୁବରେ ଏକ ଅଜବ ଖବର ଭାଇରାଲ ହୋଇଥିଲା। ତାଙ୍କ ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା। କମ ବୟସରେ ଅଭିନେତାଙ୍କ ମୃତ୍ୟୁ ଖବର ସବୁଆଡେ ଭାଇରାଲ ହୋଇଯାଇଥିଲା। ଏହାକୁ ଦେଖି ସିଦ୍ଧାର୍ଥଙ୍କର ଜବରଦସ୍ତ ରିଆକ୍ସନ ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ସିଦ୍ଧାର୍ଥ ୟୁଟ୍ୟୁବରେ ରିପୋର୍ଟ ମାରିଥିଲେ। ଏହାକୁ ନେଇ ଟ୍ଵିଟରରେ ଏକ ପୋଷ୍ଟ ମଧ୍ୟ କରିଥିଲେ। ଦେଖନ୍ତୁ..
I reported to youtube about this video claiming I’m dead. Many years ago.
They replied “Sorry there seems to be no problem with this video”.
Me : ada paavi 🥺 https://t.co/3rOUWiocIv
— Siddharth (@Actor_Siddharth) July 18, 2021
ସିଦ୍ଧାର୍ଥ ତାମିଲ ସିନେମାର ଜଣେ ନାମୀଦାମୀ କଳାକାର ହୋଇଥିବା ବେଳେ ବଲିଡଡ଼ରେ ”ରଙ୍ଗ ଦେ ବସନ୍ତୀ” ଜରିଆରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏଥିରେ ସେ ଅମୀର ଖାନଙ୍କ ସହ ରୋଲ କରିଥିଲେ। କିନ୍ତୁ ଏହାପରେ ବଲିଉଡ଼ରେ ନିଜ ଦବଦବା ବନାଇ ପାରିନଥିଲେ। ଏହିବର୍ଷର ଆରମ୍ଭରେ ସରକାରଙ୍କ ବିରୁଦ୍ଧରେ ସିଦ୍ଧାର୍ଥ ନିଜ ସ୍ୱର ଉଠାଇଥିଲେ। କିଛି ଟ୍ରୋଲର୍ସ ତାଙ୍କୁ ସାଉଥର ସ୍ୱରା ଭାସ୍କର ମଧ୍ୟ କହିଥିଲେ। ଏହାର ଜବାବ ମଧ୍ୟ ସିଦ୍ଧାର୍ଥ ଟ୍ଵିଟର ଜରିଆରେ ଦେଇଥିଲେ।