ବସ୍‌କୁ ପିଟିଲା ବସ୍‌, ୭ ମୃତ ଅନେକ ଆହତ

ଲକ୍ଷ୍ନୌ: ଦୁଇ ବସ ମୁହାଁମୁହିଁ ଧକ୍କା । ଆଖୁ ପିଛୁଳାକେ ଚାଲିଗଲା ୭ ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ଭଳ ଅଞ୍ଚଳରେ। ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ଆଜି(ସୋମବାର) ସକାଳୁ ଦୁର୍ଘଟଣାଟି ଆଗ୍ରା-ମରୋଦାବାଦ ଜାତୀୟ ରାଜପଥ ଚଣ୍ଡାଉସିରେ ହୋଇଛି ।

ପୋଲିସର ସୂଚନାଅନୁସାରେ ପୀଡିତ ସମସ୍ତ ଏକ ବିବାହରେ ଯୋଗ ଦେଇ ଫେରୁଥିଲେ । ହଠାତ ଡ୍ରାଇଭର ଜଣକ ବ୍ରେକ ମାରିଥିଲେ । ବସ ଚକା ପମ୍ପଚର ହୋଇଯାଇଥିଲା । ଏହି ସମୟରେ ପଛପଟୁ ଆସୁଥିବା ଆଉ ଏକ ବସ ଉକ୍ତ ବସକୁ ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ହିଁ ୭ ଜଣ ଆଖି ବୁଜିଥିଲେ । ଦୁର୍ଘଟଣାର ଖବର ପାଇଁ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି । ସମସ୍ତ ଆହତଙ୍କୁ ସମ୍ଭଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ସମ୍ଭଳର ଚାପ୍ରାନିବାସୀ ଅଟନ୍ତି । ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ସମ୍ଭାଳ ପୋଲିସ ସୁପରିଣ୍ଟେଡଣ୍ଟ ଚକ୍ରରେଶ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.