ଏହିସବୁ ବ୍ଯାଙ୍କରେ ଖାଲିପଡିଛି clerk ପଦବୀ, ଜଲଦି କରନ୍ତୁ ଆବେଦନ

ଇନଷ୍ଟିଚ୍ଯୁଟ ଅଫ ବ୍ଯାଙ୍କି ପର୍ସନାଲ ସିଲେକ୍ସନ ପକ୍ଷରୁ ନ୍ଯାସନାଲ ବ୍ଯାଙ୍କ, ୟୁନିଅନ ବ୍ଯାଙ୍କ ଅଫ ଇଣ୍ଡିଆ, ବ୍ଯାଙ୍କ ଅଫ ବରୋଦା, ବ୍ଯାଙ୍କ ଅଫ ଇଣ୍ଡିଆ, କାନାରା ବ୍ଯାଙ୍କ ଏବଂ ଅନ୍ଯ ବ୍ଯାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି।

ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭିନ୍ନ ବିଭାଗର ଅଫିସିଆଲ ୱେବସାଇଟ ibpsonline.ibps.in ଯାଇ ଆବେଦନ କରିପାରିବେ। ବିଭାଗର ଅଫିସିଆଲ ୱେବସାଇଟର ଅନଲାଇନ ଆବେଦନ ପତ୍ରର ସଂପୂର୍ଣ୍ଣ ଷ୍ଟାଟସ ପଢିପାରିବେ। ଅଫିସିଆଲ ୱେବସାଇଟରେ ଜାରି ନୋଟିଫିକେସନ ମୁତାବକ ଏହି ଭର୍ତ୍ତି ଜରିଆରେ ୫୮୫୮ ପଦବୀରେ ଭର୍ତ୍ତି କରାଯିବ। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ।

ପଦବୀ ବିବରଣୀ: ୫୮୫୮

ଅଗଷ୍ଟରେ ଦେବ ପରୀକ୍ଷା: ଭର୍ତ୍ତି ପାଇଁ ପ୍ରିଲିମ୍ସ ପରୀକ୍ଷାର ଆୟୋଜନ ୨୮, ୨୯ ଅଗଷ୍ଟ ଏବଂ ୪ ସେପ୍ଟେମ୍ବରକୁ କରାଯିବ। ଏହି ଭର୍ତ୍ତି ପାଇଁ ମେନ୍ସ ପରୀକ୍ଷା ୩୧ ଅକ୍ଟୋବରକୁ ଆୟୋଜିତ ହେବ।

ଶିକ୍ଷାଗତ ଯୋଗ୍ଯତା: ଏହି ପଦରେ ଭର୍ତ୍ତି ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ଯୋଗ୍ଯତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ ଡିଗ୍ରୀ ରହିବା ଜରୁରୀ। ଅଧିକ ଜାଣିବା ପାଇଁପ୍ରାର୍ଥୀ ଅଫିସିଆଲ ୱେବସାଇଟ ଯାଇ ବିବରଣୀ ପାଇପାରିବେ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ibpsonline.ibps.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ସଂପୂର୍ଣ୍ଣ ଷ୍ଟାଟସ ଅଫିସିଆଲ ୱେବସାଇଟରେ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.