୯ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଈଶା ଦେଓଲ, ‘ଏକ୍‌ ଦୁଆ’ରେ ଆସିବେ ନଜର

ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି ଈଶା ଦେଓଲ। ଆରମ୍ଭ କରିବେ ଦ୍ୱିତୀୟ ଇନିଂସ୍‌। ‘ଏକ ଦୁଆ’ ଫିଲ୍ମ ମାଧ୍ୟମରେ ପୁଣିରେ କମ୍‌ ବ୍ୟାକ୍‌ କରୁଛନ୍ତି ହେମାମାଳିନୀ ତନୟା ଈଶା। ପ୍ରାୟ ୯ ବର୍ଷ ପରେ ସେ ବଡ଼ ପରଦାରେ ନଜର ଆସିବେ। ଈଶାଙ୍କ ଫିଲ୍ମ ଏକ ଦୁଆର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି।


ଏହି ଫିଲ୍ମରେ ଏକ ଏଭଳି ପରିବାରର କାହାଣୀ ଦର୍ଶାଯାଇଛି ଯିଏ ବହୁ ପରିଶ୍ରମ ପରେ ବି ନିଜ ଆବଶ୍ୟକତା ପୂରଣ କରିପାରୁନାହାନ୍ତି। ଫିଲ୍ମରେ ଈଶା ଜଣେ ମୁସ୍‌ଲିମ୍‌ ମହିଳା ଭୂମିକାରେ ଅଭିନୟ କରୁଛନ୍ତି ଓ ତାଙ୍କର ଏକ ଝିଅ ଅଛି। ଟ୍ରେଲରରେ ତାଙ୍କ ସ୍ୱାମୀ କହୁଛନ୍ତି- ମୁଁ ବର୍ଷ ସାରା ପରିଶ୍ରମ କରୁଛି, ତଥାପି ଇଦ୍‌ରେ ମୋତେ କରଜ କରିବାକୁ ପଡ଼ୁଛି।

 

View this post on Instagram

 

A post shared by Esha Deol Takhtani (@imeshadeol)


ଫିଲ୍ମର ପୋଷ୍ଟାର ସେୟାର କରି ଈଶା ଲେଖିଛନ୍ତି- ଆପଣ ଟ୍ରେଲର ଦେଖନ୍ତୁ ଓ ଆମକୁ ଭଲ ପାଇବା ଦିଅନ୍ତୁ। ଏହି ଫିଲ୍ମକୁ ଈଶା ଦେଓଲ ହିଁ ପ୍ରଡ୍ୟୁସ୍‌ କରୁଛନ୍ତି। ଓଟିଟି ପ୍ଲାଟଫର୍ମରେ Voot Select ରେ ଜୁଲାଇ ୨୬ରେ ଫିଲ୍ମଟି ରିଲିଜ୍‌ ହେବ।

ତେବେ କେବଳ ଈଶା ନୁହେଁ, ଅଭିଷେକ ବଚ୍ଚନ ବି ଏହି ଫିଲ୍ମର ପୋଷ୍ଟର ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଓ ଫିଲ୍ମର ସଫଳତା କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.