ମାଓବାଦୀଙ୍କ ବର୍ବରକାଣ୍ଡ! ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା
ମାଲକାନଗିରି(କେନ୍ଯୁଜ୍): ମାଓବାଦୀଙ୍କ ବର୍ବରକାଣ୍ଡ। ପ୍ରଥମେ ଅପହରଣ ପରେ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁୁର ଜିଲ୍ଲାରେ ଲାଲ୍ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ।
ଗଙ୍ଗଲୁର ନିକଟରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି ମାଓବାଦୀ। ମୃତ ଯୁବକ ଗୁଡ୍ଡୁ ବଂଜମ। ଏହି ଘଟଣା ପରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।