Voice Tweets Feature: ଏବେ ଆଉ କରିବାକୁ ପଡ଼ିବନି ଟାଇପିଂ, ଏମିତି କରନ୍ତୁ ନିଜ ସ୍ୱରରେ ଟ୍ଵିଟ୍‌

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟର ୨୦୨୦ ମସିହାରେ ଆରମ୍ଭ କରିଥିଲା ଭଏସ୍‌ ଟ୍ଵିଟ୍‌ ଫିଚର। ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ ଟ୍ଵିଟ୍‌ କରିବା ପାଇଁ ଆଉ ଟାଇପିଂର ଆବଶ୍ୟକତା ପଡ଼ିବ ନାହିଁ। ଫଳରେ ସେମାନେ ଖୁବ୍‌ଶୀଘ୍ର ଟ୍ଵିଟ୍‌ କରିପାରିବେ। ୟୁଜର୍ସ ଟ୍ଵିଟରରେ ଭଏସ୍‌ ଟ୍ଵିଟ୍‌ ପୋଷ୍ଟ କରିବା ପରେ ନିଜ ଟେକ୍ସଟ୍‌ ଟ୍ଵିଟ୍‌କୁ ଫଲୋଅପ୍‌ ଭାବେ ଆଡ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଫିଚରକୁ କେମିତି କରିବେ ବ୍ୟବହାର…

  • ଭଏସ୍‌ ଟ୍ଵିଟ୍‌ ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ iPhone କିମ୍ବା iPadରେ ଟ୍ଵିଟର ଆପ୍‌ ଖୋଲନ୍ତୁ।
  • ଏବେ ତଳେ ଡାହାଣ ପଟେ Tweet Compose ଆଇକନ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ଏବେ କି-ବୋର୍ଡ ଉପରେ ଦିଆଯାଇଥିବା ୱେବ୍‌ଲେନ୍ଥ ଭଏସ୍‌ ଟ୍ଵିଟ୍‌ ଆଇକନ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏଭଳି କଲେ ମେସେଜ୍‌ ରେକର୍ଡ ହେବା ଆରମ୍ଭ ହୋଇଯିବ।
  • ମେସେଜ୍‌ ଶେଷ କରିବା ପରେ ପୁଣି ତାହା ଉପରେ କ୍ଲିକ୍‌ କରନ୍ତୁ।

ଟ୍ଵିଟରର ଏହି ଖାସ୍‌ ଫିଚର ଏବେ କେବଳ ଆଇଓଏସ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଅଛି। ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଏହା କେବେ ରୋଲ୍‌ଆଉଟ୍‌ ହେବ ସେନେଇ କିଛି ସୂଚନା ମିଳିପାରିନାହିଁ। ତେବେ ଡେସ୍କଟପ୍‌, ଆଣ୍ଡ୍ରଏଡ୍‌ ଓ ଅନ୍ୟ ପ୍ଲାଟଫର୍ମରେ ୟୁଜର ଏହି ଟ୍ଵିଟ୍‌ ଶୁଣିପାରିବେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.