ନୋରା ଫତେହୀଙ୍କ ବୋଲ୍ଡ ଡ୍ଯାନ୍ସ ଲୁଟିନେଲା ଫ୍ଯାନଙ୍କ ଦିଲ୍, ‘କୋକା କୋଲା’ ଗୀତରେ ସମସ୍ତଙ୍କୁ ମତୁଆଲା କଲେ ଗରମୀ ଗାର୍ଲ

ନୋରା ଫତେହୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ନଜର ଆସିବେ ନୋରା। ଏହି ଫିଲ୍ମର ଟ୍ରେଲରର ଝଲକ ଏବେ ଦେଖିବାକୁ ମିଳିଛି। ଏବେ ଏହି ଆକ୍ସନ ଫିଲ୍ମରେ ନୋରା ଫତେହୀଙ୍କ ଡ୍ଯାନ୍ସ ସମସ୍ତଙ୍କୁ ଘାୟଲ କରୁଛି। ଭୁଜ୍ ଫିଲ୍ମର ପ୍ରଥମ ଗୀତ ସାମ୍ନାକୁ ଆସିଛି, ଯେଉଁଥିରେ ନୋରା ଫତେହୀ ନଜର ଆସିଛନ୍ତି। ଆଉ ଗୀତର ନାମ ରହିଛି ‘ଜାଲିମା କୋକା କୋଲା ପିଲା ଦେ’।

 

View this post on Instagram

 

A post shared by Nora Fatehi (@norafatehi)

ନୋରାଙ୍କ ଏହି ଗୀତକୁ ଫ୍ଯାନ ବେଶ ପସନ୍ଦ କରିଛନ୍ତି। ନୋରା ନିଜର ବୋଲ୍ଡ ଡ୍ଯାନ୍ସ ଜରିଆରେ ଲୋକଙ୍କୁ ପୁଣି ଦୀୱାନା କରିଛନ୍ତି। ଏହି ଗୀତକୁ ଶେ୍ରୟା ଘୋଷାଲ ଗାଇଥିବା ବେଳେ ତନିସ୍କ ବାଗଚୀ ମ୍ଯୁଜିକ ଦେଇଛନ୍ତି। ଗୀତକୁ ଟି-ସିରିଜ ବ୍ଯାନରରେ ରିଲିଜ କରାଯାଇଛି। ଗୀତକୁ ଗଣେଶ ଆଚାର୍ଯ୍ଯ କୋରିଓଗ୍ରାଫ କରିଛନ୍ତି। ଫିଲ୍ମଟି ଆସନ୍ତା ସ୍ବାଧୀନତା ଦିବସ ଅବସରରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.