କଲରା ଖାଇଲେ ଦୂର ହେବ ବହୁ ରୋଗ, ଜାଣନ୍ତୁ କେତେ ଲାଭଦାୟକ
ଅଧିକାଂଶ ସମୟରେ ଖେଳୁଥିବାବେଳେ ଆଘାତ ଲାଗି ଦରଜ ହୋଇଥାଏ । ଜାଣନ୍ତି କି ଏହି ଛୋଟ ଛୋଟ ସମସ୍ୟାକୁ ଆପଣ ସହଜରେ ଦୂର କରିପାରିବେ । ଆଜି ଜାଣନ୍ତୁ କଲରା ବ୍ୟବହାର ଦ୍ୱାରା କେତେ ପ୍ରକାର ରୋଗ ଭଲ କରାଯାଇ ପାରିବ ।
– ଶରୀରରେ ଷ୍ଟୋନ(ପଥୁରୀ) ହୋଇଥିଲେ କଲରା ରସ ସେବନ କରନ୍ତୁ । ଏହା ଶରୀରରୁ ପଥୁରୀ ବାହାରି ଯିବାରେ ସହାୟକ ହୋଇଥାଏ ।
– ତାଜା କଲରା ରସ ସେବନ କରନ୍ତୁ । କଲରା ରସ ୪-୪ ବୁନ୍ଦା କାନରେ ପକାଇଲେ କାନ ଦରଜ ଭଲ ହୋଇଥାଏ ।
– କଲରାର ଚେର ନମିଳିଲେ ଏହାର ପତ୍ରକୁ ବାଟି ଅଳ୍ପ ଗରମ କରି ପଟିରେ ବାନ୍ଧି ଘା’ ସ୍ଥାନରେ ବାନ୍ଧି ଦିଅନ୍ତୁ । ଏଥିରେ ଥିବା ପୂଜ ବାହାରିଯିବା ସହ ଘା’ର ଦରଜ ମଧ୍ୟ କମ ହୋଇଯିବ ।
– ପେଟ ସମ୍ବନ୍ଧୀୟ ଅସୁବିଧା ଦୂର କରିବା ପାଇଁ କଲରା ବହୁତ ଲାଭଦାୟକ । ଖୁବ୍ କମ୍ ଲୋକ ଜାଣନ୍ତି ଯେ କଲରା ପତ୍ର ଓ ଚୋପା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।