ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ, ପୁଣି ଅପେକ୍ଷା ଆଉ ୪ ବର୍ଷ
ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ ଯାତ୍ରା । ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ଆଜି ଉଦ୍ଯାପନୀ ସମାରୋହ। ଆଜିର ଉଦ୍ଯାପନୀ ଉତ୍ସବରେ ସମସ୍ତ ଖେଳାଳି ଭାଗ ନେଇପାରୁଥିବା ବେଳେ ମାତ୍ର ୧୦ ଜଣ ଅଧିକାରୀ ହିଁ ଉପସ୍ଥିତ ରହିବେ। ଉଦ୍ଘାଟନୀ ଉତ୍ସବରେ ଖେଳାଳିମାନେ ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ ଆଜି ଟ୍ରାକ୍ ସୁଟ୍ ପିନ୍ଧିବେ। ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪.୩୦ରେ ଏହା ଆୟୋଜିତ ହେବ।
ଅଲିମ୍ପିକ୍ସ ଇତିହାସରେ ଟୋକିଓ ଅଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି। ଭାରତ ଜିତିଛି ୭ଟି ପଦକ। ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ। ପୂର୍ବରୁ ଭାରତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୬ଟି ପଦକ ଜିତିଥିଲା । ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ। ଏବେ ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ସହ ଭାରୋତ୍ତଳନରେ ମୀରାବାଇ ଚାନୁ ଓ କୁସ୍ତିରେ ରବି କୁମାର ଦହିୟା ରୌପ୍ୟ ଜିତିଛନ୍ତି। ପୁରୁଷ ହକି ସହ କୁସ୍ତିରେ ବଜରଙ୍ଗ ପୁନିଆ, ବକ୍ସିଂରେ ଲଭଲିନା ବୋରଗୋହିନ, ବ୍ୟାଡମିଣ୍ଟନରେ ପି ଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ମୋଟ ୭ଟି ପଦକ ଜିତି ପଦକ ତାଲିକାରେ ୩୨ ନମ୍ବର ସ୍ଥାନରେ ରହିଛି ଭାରତ। ଆମେରିକାରେ ମୋଟ ୧୦୮ଟି ପଦକ ବିଜୟୀ ହେବା ସହ ପଦକ ତାଲିକାର ଶୀର୍ଷରେ ରହିଛି।