ଟୋକିଓ ଅଲମ୍ପିକ ୨୦୨୦ରେ ଗତ କାଲି ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗର୍ବିତ କରିଛନ୍ତି । ନୀରଜଙ୍କ ଏହି ଶାନଦାର ପ୍ରଦର୍ଶନରେ ପୁରା ଦେଶ ଗୌରବାନ୍ୱିତ ହୋଇଛି ।ତେବେ ଏହାରି ମଧ୍ୟରେ ନୀରଜଙ୍କ ଉପରେ ଗିଫ୍ଟର ବର୍ଷା ଆରମ୍ଭ ହୋଇଛି । କୋଟିରୁ ଢ଼େର ଅଧିକ ଅର୍ଥ ରାଶି ପାଇବା ସହ ମହିନ୍ଦ୍ରା କମ୍ପାନୀ ତରଫରୁ Mahindra XUV700 ଦମଦାର ଗିଫ୍ଟ ମିଳିଛି । ନୀରଜଙ୍କ ପାଇଁ ସ୍ପେଶାଲ ଏକ କାର ନିର୍ମାଣ କରିବାର ମଧ୍ୟ ସମ୍ଭାବନା ରହିଛି ।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଟୋ ଫାର୍ମ ସେକ୍ଟର ର ମୁଖ୍ୟ ଡିଜାଇନ ଅଧିକାରୀ ପ୍ରତାପ ବୋସ ଏନେଇ ଟ୍ୱିଟ କରିଛନ୍ତି ।
So many awesome suggestions coming in for the Special Edition of the #NeerajGoldChopra @MahindraXUV700 ! We have some ideas cooking at the @MahindraRise Design studios! Will share more soon! @anandmahindra @rajesh664 @anishshah21 @vijaynakra
— Pratap Bose (@BosePratap) August 7, 2021
ଏହାରି ମଧ୍ୟରେ ଭାରତକୁ ମୋଟ ୭ଟି ପଦକ ମିଳିସାରିଛି । ଜାଭେଲିନ ଥ୍ରୋରେ ନୀରଜ ଗୋଲ୍ଡ ପାଇଥିବା ବେଳେ ରେସଲିଂରେ ରବି କୁମାର ଦହିଆ ସିଲଭର, ୱେଟ ଲିଫ୍ଟିଂରେ ମୀରା ବାଇ ଚାନୁ ସିଲଭର, ୱୋମେନ ସିଙ୍ଗଲ ବ୍ୟାଟ୍ସମିଣ୍ଟନରେ ପି ଭି ସିନ୍ଧୁ ବ୍ରୋଞ୍ଜ, ୱୋମେନସ ବକ୍ସିଂରେ ଲଭଲିନା ବ୍ରୋଞ୍ଜ, ମେନ୍ସ ହକି ଟିମ ବ୍ରୋଞ୍ଜ, ରେସଲିଂ ୬୫ କେଜିରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ।
କିନ୍ତୁ ଆଜି ହେଉଛି ଶେଷ ଦିନ । ଆନ୍ତର୍ଜାତିକ ଟୋକିଓ ଅଲମ୍ପିକ ଖେଳର ଆଜି ହେଉଛି ସମାପନ ଦିବସ । ଏହି ଦିବସରେ ସମସ୍ତ ଭାରତୀୟ ଖେଳାଳିଙ୍କୁ ଭାଗ ନେବାକୁ କୁହାଯାଇଥିବା ବେଳେ ମାତ୍ର ୧୦ ଜଣ ଅଧିକାରୀ ଏଥିରେ ସାମିଲ ହୋଇପାରିବେ । ତେବେ ଉଦ୍ଘାଟନ ଦିବସରେ ଖେଳାଳୀ ମାନେ ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ ସମାପନ ଦିବସରେ ଟ୍ରାକ ସୁଟ ପିନ୍ଧି ସାମ୍ନାକୁ ଆସିବେ ।
ଭାରତୀୟ ସମୟଅନୁଯାୟୀ ୪.୩୦ରେ ଆରମ୍ଭ ହେବାକୁ ଥିବା ସମାରୋହରେ ହକି ଏବଂ କୁସ୍ତିର ଖେଳାଳି ଭାଗ ନେବାର ସମ୍ଭାବନା ରହିଛି । ଶନିବାର ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆ ସମାପନ ଦିବସରେ ଭାରତୀୟ ଭାବେ ଶେଷ ଥର ପାଇଁ ମଇଦାନକୁ ଓହ୍ଲାଇବେ ।
ଏବେ ପ୍ରଥମ ଭାରତୀୟ ଭାବେ ଭାରତୀୟ ଅଲମ୍ପିକ ସଂଘର ପ୍ରୋଟୋକଲ ଅନୁଯାୟୀ ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏସିଆଇ ଖେଳ ଏବଂ ରାଷ୍ଟ୍ରମଣ୍ଡଳ ଖେଳ ସହ ଭବିଷ୍ୟତରେ ହେବାକୁ ଥିବା ଖେଳ ପ୍ରତିଯୋଗୀ ମଧ୍ୟରେ ଦେଶର ଧ୍ୱଜାବାହକ ହେବେ । ଏହାସହ ପୁରୁଷ ହକିଟିମର କ୍ୟାପଟେନ ମନପ୍ରୀତ ସିଂ ଏବଂ ବକ୍ସି ଏମସି ମ୍ୟାରିକମ୍ ଉଦଘାଟନ ସମୟରେ ଭାରତର ଧ୍ୱଜାବାହକ ହେବେ ।