ଆଫଗାନ ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକ। ଆଫଗାନ ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଫଗାନିସ୍ତାନରେ ବଡ଼ ନିବେଶ କରିଛି ଭାରତ। ତେଣୁ ଆଫଗାନିସ୍ତାନରେ ତାଲିବାନ ରାଜ୍‌ ଭାରତ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ।

ଭାରତ ଆଗକୁ ଏନେଇ କ’ଣ ରଣନୀତି ଆପଣେଇବ ସେନେଇ କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବ। ଏହା ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତବାନ ଆଫଗାନ ସ୍ଥିତି ନେଇ ସମସ୍ତ ରାଜୈନତିକ ଦଳକୁ ଅବଗତ କରାଇବେ। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ଵିଟ କରି ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.