ଭୁବନେଶ୍ୱର: ଇସ୍କନରେ ଚାଲିଛି ଜନ୍ମାଷ୍ଟମୀ ପର୍ବ, ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର(କେନ୍ଯୁଜ୍): କରୋନା କଟକଣା ଭିତରେ ଭୁବନେଶ୍ୱର ଇସ୍କନରେ ପାଳନ କରାଯାଉଛି ଜନ୍ମାଷ୍ଟମୀ । ଏଥିପାଇଁ ଇସ୍କନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

ଭରୋ ୪ଟା ୧୫ରୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଭୋର ସାଢେ ୪ଟାରେ ମଙ୍ଗଳଆଳତୀ, ସକାଳ ୭ଟାରେ ଦର୍ଶନ ଆଳତୀ ଓ ଗୁରୁପୂଜା କରାଯାଇଛି। ସାଢେ ୧୧ଟାରେ ପହୁଡ ପଡିବ। ସନ୍ଧ୍ୟାରେ ମନ୍ଦିର ଖୋଲିବା ପରେ ଆଳତି କରାଯିବ। ମଧ୍ୟରାତ୍ରରେ ପାଳନ ହେବ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି। ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.