ଦୀର୍ଘ ୮ ମାସ ରହିବା ପରେ ୨୫ ଲକ୍ଷର ବିଲ୍ ଦେଖି ହୋଟେଲରୁ ଚମ୍ପଟ ମାରିଲେ ବାପ-ପୁଅ, ଥାନାରେ ମାମଲା
ମହାରାଷ୍ଟ୍ର ନଭି ମୁମ୍ବାଇରେ ଖାରଗାର ଅଞ୍ଚଳରେ ଥିବା ଏକ ଥ୍ରୀ ଷ୍ଟାର ହୋଟେଲରେ ଦୀର୍ଘ ୮ ମାସ ରହିବା ପରେ ବିଲ୍ ନ ଦେଇ ଚମ୍ପଟ ମାରିଛନ୍ତି ବାପ-ପୁଅ। ୨୫ ଲକ୍ଷର ବିଲ୍ ଦେଖି ବାଥରୁମ ଝରକା ଦେଇ ଦୁହେଁ ଫେରାର ହୋଇଯାଇଛନ୍ତି।
ସୂଚନା ମୁତାବକ, ମୂରଲୀ କାମତ ନାମକ ଜଣେ ବ୍ଯକ୍ତି ମୁମ୍ବାଇ ସ୍ଥିତି ଏକ ହୋଟେଲରେ ଦୁଇଟି ରୁମ୍ ବୁକ୍ କରି ଦୀର୍ଘ ୮ ମାସ ହେଲାଣି ରହୁଥିଲେ। ମୂରଲୀଙ୍କ ସହିତ ହୋଟେଲରେ ତାଙ୍କର ୧୨ ବର୍ଷର ପୁଅ ମଧ୍ୟ ହୋଟେଲରେ ରହୁଥିଲେ। ଦୀର୍ଘ ୮ ମାସ ରହିବା ପରେ ହୋଟେଲ ବିଲ୍ ୨୫ ଲକ୍ଷ ହେବା ପରେ ଦୁହେଁ ହୋଟେଲର ବାଥରୁମ ଝରକା ଡେଇଁ ଫେରାର ହୋଇଯାଇଥିଲେ। ଏହାକୁ ନେଇ ହୋଟେଲ ପକ୍ଷରୁ ଏକ ପୋଲିସ କେସ ରୁଜୁ ହୋଇଛି।
ଗତ ନଭେମ୍ବର ୨୩ରେ କାମତ ହୋଟେଲ ରୁମ୍ ବୁକ୍ କରିଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରନ୍ତି। ତାଙ୍କର ଅନେକ ମିଟିଂ ରହିଥିବା କହି ହୋଟେଲରେ ଡିଲକ୍ସ ରୁମ୍ ନେଇଥିଲେ। ହୋଟେଲ ବିଲ ଗୋଟେ ମାସ ପରେ ଦେବେ ବୋଲି ମଧ୍ୟ କହିଥିଲେ। ସେ ହୋଟେଲରେ ତାଙ୍କର ପାସପୋର୍ଟ ଅନ୍ଯ ସମସ୍ତ ଡକ୍ଯୁମେଣ୍ଟ ମଧ୍ୟ ଦେଇଥିଲେ। ୮ ମାସ ରହିବା ପରେ ବିଲ୍ ୨୫ ଲକ୍ଷ ଆସିବାର ଦେଖି ବାପ-ପୁଅ ବାଥରୁମ୍ ଝରକା ଡେଇଁ ଫେରାର ହୋଇଯାଇଥିଲେ। ସେମାନେ ତାଙ୍କ ଫୋନ ଏବଂ ଲାପଟପ୍ ହୋଟେଲ ରୁମରେ ଛାଡିଯାଇଛନ୍ତି। ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି।