୨ଟି ବେଆଇନ୍ ଗୋଦାମ ଉପରେ ଚଢ଼ାଉ, ୩୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର କାଠ ଜବତ

ସମ୍ବଲପୁର(କେନ୍ଯୁଜ୍): ୨ଟି ବେଆଇନ କାଠ ଗୋଦାମ ଉପରେ ଚଢ଼ାଉ । ସମ୍ବଲପୁର ଜିଲ୍ଲା ଲରପଙ୍କ ସ୍ଥିତ ପଙ୍କଜ ମୁଦ୍ରା ଓ ସୁମନ ଟ୍ରେଡର୍ସ ଉପରେ ଚଢଉ କରିଛି ବନବିଭାଗ । ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ବେଧଡକ ଗଛ କଟା । ଗତକାଲି ଠାରୁ ସମ୍ବଲପୁର ବନବିଭାଗ ଓ ଭିଜିଲାନ୍ସ ଦଳ ମିଳିତ ଚଢଉ କରିଥିଲେ ।

ଆଜି ମଧ୍ୟ ଚଢଉ ଜାରି ରହିଛି । ଚଢଉରେ ୩୫ ଲକ୍ଷ ଟଙ୍କାର ଊର୍ଦ୍ଧ୍ଵ କାଠ ଜବତ ହୋଇଛି । ଗୋଦାମ ଚଲାଇବା ପାଇଁ ମାଲିକମାନେ କୌଣସି ପଞ୍ଜିକରଣ କରିନଥିବା ଜଣାପଡିଛି । ବେଆଇନ ଭାବେ ବହୁ ଦିନ ହେବ ଗୋଦାମ ଚାଲିଥିଲା ।

ପଙ୍କଜ ଟ୍ରେଡର୍ସରୁ ୨୫ ଲକ୍ଷ ଟଙ୍କାର ଏବଂ ସୁମନ ଟ୍ରେଡର୍ସରୁ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ କାଠ ଓ ଯନ୍ତ୍ରପାତି ଜବତ କରାଯାଇଛି । ଚଢାଉରେ ରେଢାଖୋଲ ବନଖଣ୍ଡର ୫ଟି ରେଞ୍ଜର, ଶତାଧିକ ବନ କର୍ମଚାରୀ ସାମିଲ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.