Below header

୮୩ ବର୍ଷ ବୟସରେ ପିଆନୋ ଶିଖିବା ଆରମ୍ଭ କରିଛନ୍ତି ରତନ ଟାଟା, ଭାଇରଲ ହେଉଛି ପିକ

ଖୁବ କମ ଲୋକ ଜାଣନ୍ତି ଟାଟା ଗ୍ରୁପର ମୁଖ୍ୟ ତଥା ଚେୟାରମ୍ୟାନ ରତନ ଟାଟାଙ୍କର ପିଆନୋ ପ୍ରତି ଏକ ଅଜବ ଆକର୍ଷଣ ଅଛି । ଏହି ଆକର୍ଷଣ କାରଣରୁ ହିଁ 83 ବର୍ଷ ବୟସରେ ବି ପୁଣି ଥରେ ପିଆନୋ ଶିଖିବା ଆରମ୍ଭ କରିଛନ୍ତି । ଆଉ ପିଆନୋ ବଜାଉଥିବାର ଏକ ଫଟୋ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହ କ୍ୟାପ୍ସନରେ ଲେଖିଛନ୍ତିକି, “ସେ ଛୋଟ ଥିବା ସମୟରେ ପ୍ରଥମେ ପିଆନୋ ବଜେଇବା ଶିଖିଥିଲେ । ଆଉ ଏବେ ସମସ୍ତ ଜଞ୍ଜାଳରୁ ମୁକ୍ତ ହେବା ପରେ ପୁଣି ଥରେ ପିଆନୋକୁ ହିଁ ସାଥି କରିଛନ୍ତି ।” ଜୀବନର ଵ୍ୟସ୍ତବହୁଳତା କାରଣରୁ ସେ ଏହା ପ୍ରତି ସେତେଟା ଧ୍ୟାନ ଦେଇପାରିନଥିଲେ । ଆଉ ନିକଟରେ ରତନ ଟାଟା ସେୟାର କରିଥିବା ପିକର କ୍ୟାପ୍ସନରେ ଲେଖିଛନ୍ତିକି, “ମୁଁ ଯୁବାବସ୍ଥାରେ ଟିକିଏ ପିଆନୋ ବଜେଇବା ଶିଖିଥିଲି । ଆଉ ଏବେ ବି ଭଲ ଭାବରେ ଶିଖିବାକୁ ଚେଷ୍ଟା କରୁଛି । ଆଉ ଏବେ ମୋତେ ଜଣେ ଭଲ ଶିକ୍ଷକ ବି ମିଳିଛନ୍ତି । ମୋ ହାତ ଧୀର ହୋଇଯାଇଛି, ପୂର୍ବ ତୁଳନାରେ ଶକ୍ତି ବି ଅନେକ ମାତ୍ରାରେ କମିଯାଇଛି । କିନ୍ତୁ ନିଜ ମନୋବଳକୁ ନେଇ ମୁଁ ପୁଣି ଥରେ ପିଆନୋ ଶିଖିବା ଆରମ୍ଭ କରିଛି । ଇନ୍ଷ୍ଟଗ୍ରାମ ରେ ଭାଇରଲ ହେଉଥିବା ପୋଷ୍ଟରେ ଆପଣ ଦେଖିପାରିବେ ଟାଟା କେମିତି ଧ୍ୟାନର ସହିତ ପିଆନୋ ବଜେଇବାରେ ମଜ୍ଜି ଯାଇଛନ୍ତି ।

 

View this post on Instagram

 

A post shared by Ratan Tata (@ratantata)

ଏହି ପୋଷ୍ଟଟିକୁ ଏଯାବତ ୧ ଲକ୍ଷ ଲୋକ ଲାଇକ କରିଛନ୍ତି । ରତନ ଟାଟାଙ୍କର ଟ୍ୟାଲେଣ୍ଟ ପାଇଁ ତାଙ୍କୁ ଅନେକ ଜଣ ପ୍ରଶଂସା ବି କରିଛନ୍ତି । ଆଉ ଜଣେ ପ୍ରଶଂସଙ୍କ ଲେଖିଛନ୍ତିକି, “ସାର ଆପଣ ଆମ ପାଇଁ ପ୍ରେରଣା । ଆଉ ଜଣେ ୟୁଜର ଲେଖିଛନ୍ତିକି “ସବୁବେଳେ ଶିଖିବା ପାଇଁ ମନରେ ଆଗ୍ରହ ରଖୁଥିବା ବ୍ୟକ୍ତି ” । ଯେବେକି ଜଣେ ଶ୍ରୀ ଟାଟାଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ କ୍ୟାପ୍ସନରେ ଲେଖିଛନ୍ତି, ହୁଏତ ସଂସାରରେ ଏମିତି କିଛି କାମ ନାହିଁ “ଯାହାକୁ ଆପଣ କରିପାରିବେ ନାହିଁ ? ଆପଣଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ସାର” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.