ସଟ ମାରୁଥିଲେ ବ୍ୟାଟ୍ସମ୍ୟାନ୍‌, କିନ୍ତୁ ବଲ୍‌ ନେଇ ପଳାଇଲା କୁକୁର; ଦେଖନ୍ତୁ କ୍ରିକେଟ୍‌ ମ୍ୟାଚ୍‌ ବେଳର ମଜାଦାର ଦୃଶ୍ୟ

ପଡ଼ିଆରେ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ବଲ୍‌ ନେଇଗଲା କୁକୁର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅଲ ଆୟାର୍ଲ୍ୟାଣ୍ଡ ଓ୍ଵିମେନ୍ସ ଟି୨୦ କପ୍‌ରେ। କୁକୁର ବଲ୍‌ ନେଇଯିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଘଟଣା ବ୍ରେଡି କ୍ରିକେଟ୍‌ କ୍ଲବ୍‌ ଓ ସିଭିଲ ସର୍ଭିସ ନର୍ଥ ଅଫ୍‌ ଆୟାର୍ଲ୍ୟାଣ୍ଡ କ୍ରିକେଟ୍‌ କ୍ଲବ୍‌ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ବେଳର। ଏଥିରେ ଟାର୍ଗେଟର ପିଛା କରିବା ବେଳେ ସିଭିଲ ସର୍ଭିସ କ୍ଲବର ୬ଟି ଓ୍ଵିକେଟ୍‌ ପଡ଼ିସାରିଥିଲା। ଏତିକି ବେଳେ ବ୍ୟାଟ୍ସମ୍ୟାନ୍‌ ଏକ ସଟ୍‌ ଖେଳିଲେ। ଏହି ବଲକୁ ଫିଲ୍ଡର ଓ୍ଵିକେଟ୍‌ କିପରଙ୍କ ଆଡ଼କୁ ଫିଙ୍ଗିଥିଲେ। ଓ୍ଵିକେଟ୍‌ କିପର ଏହାକୁ ଷ୍ଟମ୍ପ ଆଡ଼କୁ ଫିଙ୍ଗିଥିଲେ, କିନ୍ତୁ ତାହା ହିଟ୍‌ କରିନଥିଲା। ଏତିକି ବେଳେ ପଡ଼ିଆକୁ କୁକୁର ଦୌଡ଼ି ଦୌଡ଼ି ଆସିଥିଲା ଓ ବଲକୁ ପାଟିରେ ଧରି ଚାଲି ଯାଇଥିଲା।

ଦେଖନ୍ତୁ ଭିଡିଓ:

ସିକ୍ୟୁରିଟି ଗାର୍ଡ ମଧ୍ୟ କୁକୁରକୁ ଧରିବାକୁ ପଡ଼ିଆକୁ ଚାଲିଆସିଥିଲେ ଓ ତା’ ପଛରେ ଦୌଡ଼ିବାକୁ ଲାଗିଲେ। କିଛି ସମୟ ଦୌଡ଼ାଦୌଡ଼ି କରିବା ପରେ କୁକୁର ବ୍ୟାଟ୍ସମ୍ୟାନ୍‌ଙ୍କ ପାଖୁ ଆସିଥିଲା ଓ ବଲ୍‌ ଦେଇ ଦେଇଥିଲା।

ଏହି ଭିଡିଓକୁ ଆୟାର୍ଲାଣ୍ଡ ଓ୍ଵିମେନ୍‌ କ୍ରିକେଟ୍‌ ପକ୍ଷରୁ ଟ୍ଵିଟରରେ ସେୟାର କରାଯାଇଛି। ଏବେ ଯାଏଁ ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଥର ଏହାକୁ ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.